କଂଗ୍ରେସ ବିଧାୟକ ନାନା ପାଟୋଲେ ହେଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି

Published By : Prameya-News7 Bureau | December 01, 2019 IST

ମୁମ୍ବାଇ ୦୧।୧୨: ଶାସକ ଶିବସେନା-ଏନସିପି-କଂଗ୍ରେସ ଦଳର ପାର୍ଥୀ ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ସେ ଅପ୍ରତିଦ୍ବନ୍ଦ୍ବିଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ପାଇଁ ଶାସକ ଦଳର ପ୍ରାର୍ଥୀଙ୍କୁ କଡା ଟକ୍କରର ଦେବା ପାଇଁ  ବିଜେପି ପ୍ରାର୍ଥୀ ଛିଡା କରିଥିଲା। ତେବେ ଶେଷ ମୁହୂର୍ତ୍ତରେ ବିଜେପି ନିଜ ପ୍ରାର୍ଥୀ ନାମ ପ୍ରତ୍ୟାହାର କରି ନେଇଥିଲା। ବିଜେପି ଏହି ପଦ ପାଇଁ କିଷାନ କଠୋରେଙ୍କ ନାଁ  ପ୍ରସ୍ତାବ ଦେଇଥିଲା। ସକାଳ  10ଟା 30 ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ସମୟ ନିର୍ଦ୍ଧାରିତ ଥିଲା । ଅନ୍ୟ ଦଳମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି  ସ୍ପିକର ନିର୍ବାଚନ ଅପ୍ରତିଦ୍ୱନ୍ଦିତାମୂଳକ ଭାବେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.