Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପୁଣି ସମାସିଂହା କର୍ମୀ ବୈଠକରେ ନବ କହିଲେ ଛାଡିବେ ଦଳ ; ୨୪ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଦେବେ ଯୋଗ

14/01/2019 at 9:17 AM

ଭୁବନେଶ୍ବର ୧୪|୧: କଂଗ୍ରେସକୁ ବଡ ଝଟକା । ଦଳ ଛାଡିବେ ବରିଷ୍ଠ କଂଗ୍ରେସ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଦିନକ ପୂର୍ବରୁ ରାଜ୍ୟ କଂଗ୍ରେସରୁ ସେ ଇସ୍ତଫା ଦେବେ । ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି । ଏହାର ପୂର୍ବଦିନ, ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପିସିସିର କାର୍ଯ୍ୟକାରୀ ସଭାପତି ନବ ଦାସ ନିଜ ସମର୍ଥକଙ୍କ ସହ ବିଜେଡିରେ ମିଶିବେ । ଗତକାଲି ସମାସିଂହାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ଖୁଲାସା କରିଛନ୍ତି ନବ ଦାସ । ୨ ଦିନ ତଳେ ନବ ଦାସ କଂଗ୍ରେସ ଛାଡିବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ଆସନ୍ତା ନିର୍ବାଚନ ସେ ହାତ ଚିହ୍ନରେ ଲଢ଼ିବେ ବୋଲି କହିଥିଲେ । କିନ୍ତୁ ଗତକାଲି ବିଜେଡିରେ ଯୋଗଦେବା କଥାକୁ ବୁଲେଇ ବଙ୍କେଇ ସ୍ବୀକାର କରିଛନ୍ତି । ସେ ନିଜ ଇଚ୍ଛାରେ ନୁହେଁ ବରଂ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଚାପରେ ବିଜେଡିକୁ ଯିବେ ବୋଲି କହିଛନ୍ତି । ଏହାସହ ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

ସେପଟେ ନବ ଦାସ କଂଗ୍ରେସ ଛାଡ଼ିବା ସଂପର୍କରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଦିନକ ପୂର୍ବରୁ ନବଦାସ କହିଥିଲେ ଯେ ସେ କଂଗ୍ରେସ ଟିକେଟରୁ ହିଁ ଲଢ଼ିବେ । ତା ପୂର୍ବରୁ ଲିଖିତ ଭାବେ କଂଗ୍ରେସ ଛାଡ଼ିବେ ନାହିଁ ବୋଲି ସେ ଜଣାଇଥିଲେ । ଏବେ ମଧ୍ୟ ସେ କଂଗ୍ରେସ ଛାଡ଼ିବା ସଂପର୍କରେ ସ୍ପଷ୍ଟ ଭାବେ ଜଣାଇନାହାନ୍ତି । ସେ ଦଳ ଛାଡ଼ିବା ସଂପର୍କରେ ମୋ ପାଖରେ ଖବର ନାହିଁ ବୋଲି ନିରଞ୍ଜନ କହିଛନ୍ତି।

   Related Posts