Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ସଂକ୍ରମଣରେ କଂଗ୍ରେସ ନେତା ଏକେ ବାଲିୟାଙ୍କ ମୃତ୍ୟୁ, ସିପିଆଇ ନେତା ସୀତାରାମ ୟେଚୁରୀଙ୍କ ପୁଅ ମଧ୍ୟ ହାରିଲେ ଜୀବନ

22/04/2021 at 9:26 AM

ନୂଆଦିଲ୍ଲୀ, ୨୨/୦୪: ଦେଶରେ ସାଙ୍ଘାତିକ ସ୍ଥିତିରେ କରୋନା । ଦୈନିକ ସଂକ୍ରମଣ ରେକର୍ଡ ସଂଖ୍ୟାରେ ପହଁଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ଏହାମଧ୍ୟରେ ଦିଲ୍ଲୀରେ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ କୁମାର ବାଲିୟା କରୋନା ସଂକ୍ରମିତ ହୋଇ ଜୀବନ ହାରିଛନ୍ତି । ସେ ୭୨ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ବୁଧବାର ବିଳମ୍ବିତ ରାତ୍ର ୧ଟା ୩୦ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥନ୍ତି । ସେ ଗତ ୩ ଦିନ ଧରି କରୋନା ସହ ଲଢୁଥିଲେ ।

ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅନିଲ କୁମାର ଟ୍ୱିଟ୍ କରି କହିଛନ୍ତି ଯେ, ଲୋକପ୍ରିୟ ନେତା ତଥା ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ଅଶୋକ କୁମାର ବାଲିୟାଙ୍କ ପରଲୋକ ହୋଇଯାଇଛି । ସେ ଇନ୍ଦ୍ରପ୍ରସ୍ଥରେ ଥିବା ଏକ ଘରୋଇ ହସ୍ପିଟାଲରେ ଜୀବନ ହାରିଛନ୍ତି ।

ସେହିପରି ସିପିଆଇ(ମାର୍କସବାଦୀ)ର ବରିଷ୍ଠ ନେତା ସୀତାରାମ ୟେଚୁରୀଙ୍କ ପୁଅ ଆଶିଷ ମଧ୍ୟ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଆଶିଷ ୩୦ ବର୍ଷର ଥିଲେ । ଏନେଇ ସୀତାରାମ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କର ବଡ ପୁଅ ଆଶିଷ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଯେଉଁମାନେ ତାଙ୍କ ପୁଅଙ୍କ ଚିକିତ୍ସା କରୁଥିଲେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ବୁଧବାର ୨୪୬୩୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୦ ହଜାର ୧୭୯ ଛୁଇଁଛି । ୨୪୯ ଆକ୍ରାନ୍ତ ପ୍ରାଣ ହରାଇବା ବେଳେ ମୃତ୍ୟୁସଂଖ୍ୟା ୧୨୮୮୭ରେ ପହଁଚିଛି ।

   Related Posts