ନିର୍ବାଚନ ପ୍ରଚାର ବେଳେ ଯୁବକକୁ ଶକ୍ତ ଚାପୁଡ଼ା ମାରିଲେ କଂଗ୍ରେସ ନେତ୍ରୀ : ଭିଡିଓ ଭାଇରାଲ

Published By : Prameya-News7 Bureau | April 12, 2019 IST

ବାଙ୍ଗାଲୁରୁ ୧୨/୪ : କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ଖୁଶବୁ ସୁନ୍ଦର ବାଙ୍ଗାଲୁରୁରେ ଏକ ନିର୍ବାଚନ ବେଳେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଥିଲେ | ଯୁବକ ଜଣକ ଖୁଶବୁଙ୍କ ସହ ଦୁର୍ବ୍ୟବହାର କରିଥିଲେ | ଦୁର୍ବ୍ୟବହାର ବଦଳରେ ଖୁଶବୁ ଯୁବକଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ | ଖୁଶବୁ କଂଗ୍ରେସ ପ୍ରାର୍ଥୀ ରିଜୱାନ ଅର୍ଶଦଙ୍କ ପାଇଁ ବାଙ୍ଗାଲୁରୁ ସେଣ୍ଟ୍ରାଲରୁ ଇନ୍ଦିରାନଗର ପର୍ଯ୍ୟନ୍ତ ପ୍ରଚାର କରୁଥିବା ବେଳେ ଏହି ଘଟଣା ଘଟିଥିଲା | ଘଟଣା ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

{"id":102823}


ଖୁଶବୁ ଶାନ୍ତିନଗର ବିଧାୟକ ଏନ.ଏ.ହେରିସ ଏବଂ ରିଜୱାନ ଅର୍ଶଦଙ୍କ ସହିତ ପ୍ରଚାର କରୁଥିଲେ | ସ୍ଥାନୀୟ ଅଂଚଳରେ ପ୍ରଚାରକୁ ନେଇ ଭିଡ ଜମା ହୋଇଥିଲା | ଭିଡ଼ ଭିତରୁ ବାହାରି ଖୁଶବୁ ନିଜ କାର ଆଡକୁ ଯାଉଥିଲେ | ସେତେବେଳେ ଅଚାନକ ଖୁଶବୁ ପଛକୁ ଓଲଟି ଏକ ଯୁବକର ଗାଲରେ ଶକ୍ତ ଚାପୁଡ଼ା ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି | ଯୁବକ ଖୁଶବୁଙ୍କ ସହ ଦୁର୍ବ୍ୟବହାର କରିଥିବା କଥା ଜାଣିପାରି ସେଠାରେ ଜମା ହୋଇଥିବା ଲୋକେ ଯୁବକକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ |

{"id":102824,"width":577,"height":325}


ଖୁଶବୁ କହିଛନ୍ତି ଯେ, ଯୁବକ ତାଙ୍କ ସହ ଦୁର୍ବ୍ୟବହାର କରିଥିଲା | ସେ ଖରାପ ଚିନ୍ତାଧାରା ନେଇ ତାଙ୍କୁ ଛୁଇଁଥିଲା | ସେ ପ୍ରଥମେ ପଛକୁ ଓଲଟି ଦେଖିଥିଲେ ଏବଂ କିଛି ନକହି ଚୁପ ଚାପି ଆଗକୁ ଯାଉଥିଲେ | କିନ୍ତୁ ଖୁଶବୁ ଚୁପ ରହିଯିବାରୁ ଯୁବକ ପୁଣିଥରେ ତାଙ୍କୁ ଛୁଇଁଥିଲା | ଯେଉଁଥିପାଇଁ ସେ ରାଗିଯାଇଥିଲେ ଏବଂ ଯୁବକକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ |

https://youtu.be/P5n8tslFqUU

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.