ପଞ୍ଜାବ ରାଜନୀତିକୁ ନେଇ ଉତକ୍ଷୀପ୍ତ କପିଲ ସିବଲ, ପଚାରିଲେ- କ'ଣ ଏହି ସଙ୍କଟର ଅନ୍ତ ଘଟିବ ?

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ ୧୯।୦୯: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କଂଗ୍ରେସ ପାର୍ଟି ସାମ୍ନାରେ ଏକ ବଡ ସମସ୍ୟା ସୃଷ୍ଟି ହୋଇଛି। ବହୁ ବିଚାର ବିମର୍ଶ ଏବଂ ଟଣାଓଟରା ପରେ ପଞ୍ଜାବରେ କଂଗ୍ରେସ ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି। ଚରଣଜିତ ସିଂହ ଚନ୍ନିଙ୍କୁ ଦଳ ନୂଆ ମୁଖ୍ୟମନ୍ତ୍ରୀ କରିଛି। ଏହା ମଧ୍ୟରେ  ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ୍ ସିବଲ ଉତ୍ତରାଖଣ୍ଡ, ଗୁଜରାଟ ଏବଂ ଏବେ ପଞ୍ଜାବରେ ନେତୃତ୍ଵ ପରିବର୍ତ୍ତନ ଦିଗକୁ ଇସାରା କରି ନିଜ ପାର୍ଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ସିବଲ ବିଜେପି ଶାସିତ ରାଜ୍ୟ ଉତ୍ତରାଖଣ୍ଡ ଓ ଗୁଜରାଟର ନାମ ନେଇ ପଞ୍ଜାବର ଉଲ୍ଲେଖ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ  କଂଗ୍ରେସ ଓ ବିଜେପି ପକ୍ଷରୁ ଉଠାଯାଇଥିବା ଏହି ପଦକ୍ଷେପରେ ପାର୍ଟିକୁ କଣ ଭବିଷ୍ୟତରେ ବଞ୍ଚାଯାଇ ପାରିବ ? କଣ ଏହି ସଙ୍କଟର ଅନ୍ତ ଘଟିବ ?  ସିବଲ୍ ଟ୍ଵିଟ୍ କରି କହିଛନ୍ତି, ଉତ୍ତରାଖଣ୍ଡ, ଗୁଜରାଟ, ପଞ୍ଜାବରେ ସେନାପତି ବଦଳା ଯାଇଛି। ଗୋଟିଏ ଲୋକକଥା ଅଛି ଉଠାଯାଇଥିବା ଛୋଟ ପଦକ୍ଷେପ ଭବିଷ୍ୟତରେ ବଡ ସମସ୍ୟାରୁ ବଞ୍ଚାଇଥାଏ। ବାସ୍ତବରେ ଦଳରେ ଏମିତି କିଛି ହେବ କି  ବୋଲି ସେ ପ୍ରଶ୍ନ କରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ବିଜେପି ଏହି ଛଅ ମାସରେ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି। ପ୍ରଥମେ ଉତ୍ତରାଖଣ୍ଡରେ ତ୍ରିବେନ୍ଦ୍ର ରାଓ୍ଵତଙ୍କ ଜାଗାରେ ତୀରଥ ସିଂହ ରାଓ୍ଵତଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରାଗଲା। ହେଲେ ସେ ମୁସ୍କିଲରେ ୪ ମାସ ପରେ ପଦରୁ ଇସ୍ତଫା ଦେଇଥିଲେ। ଏବେ ପୁସ୍କର ସିଂହ ଧାମିଙ୍କୁ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ କରାଯାଇଛି। ନିକଟରେ ଗୁଜରାଟରେ ବିଜେପି ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି।  ବିଜୟ ରୂପାନୀଙ୍କ ଇସ୍ତଫା ପରେ ଦଳ ଭୂପେନ୍ଦ୍ର ପଟେଲଙ୍କୁ ଦଳର ନୂତନ ଚେହେରା କରିଛି। ନେତୃତ୍ଵ ନେଇ ଯେଉଁ କଂଗ୍ରେସ ବିଜେପିକୁ ସମାଲୋଚନା କରୁଥିଲା ଆଜି ସେହି ଦଳ ପଞ୍ଜାବରେ ଦଳୀୟ କନ୍ଦଳ ନେଇ  ହରଡଘଣାରେ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.