Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଗୋଟିଏ ପୋଷ୍ଟରରେ ଏକାଠି ଦେଖାଗଲେ ବିଜେପି ଓ କଂଗ୍ରେସ ନେତା, ମୋଦି ଓ ଶାହଙ୍କ ସହ ଫଟୋରେ ଅଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ

11/10/2019 at 6:42 PM

ନୂଆଦିଲ୍ଲୀ୧୧|୧୦: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଗୋଟିଏ ପୋଷ୍ଟରରେ ଏକାଠି ଦେଖାଯାଇଛନ୍ତି  ବିଜେପି ଓ କଂଗ୍ରେସ ନେତା। ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସାଙ୍ଗରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫଟୋ ବି ରହିଛି। ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି।

 ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସିନ୍ଧିଆ କେନ୍ଦ୍ର ସରକାରଙ୍କୁ ପ୍ରଂଶସା କରିଥିଲେ। ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ବିଜେପି ଓ ସିନ୍ଧିଆଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ  ଭିଣ୍ଡ ଜିଲ୍ଲାର ବିଜେପି ସଂଯୋଜକ ଏହି ପୋଷ୍ଟର ଲଗାଇଥିବା କଥା କୁହାଯାଉଛି।

ବିଭିନ୍ନ ପ୍ରସଙ୍ଗକୁ ନେଇ ଏବେ କଂଗ୍ରେସ ଦଳ ଉପରେ ବର୍ଷୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ମଧ୍ୟପ୍ରଦେଶର କମଲନାଥଙ୍କ ସରକାରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ସେ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। ଏଥିରେ ନିକଟରେ ଭିଣ୍ଡ ଜିଲ୍ଲାରେ ଆୟୋଜିତ ଏକ ଜନସଭାରେ କମଲନାଥ ସରକାର ଚାଷୀଙ୍କ ଲାଗି କୌଣସି ସୁବିଧା କରୁ ନଥିବା ସିନ୍ଧିଆ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ ଲାଗି ସେ ଦାବି କରିଥିଲେ ହେଲେ ୫୦ ହଜାର ଟଙ୍କା କୃଷୀ ଋଣ ଛାଡ କରାଯାଇଛି। ଏଣୁ କଂଗ୍ରେସ ଦଳକୁ ଆତ୍ମସମୀକ୍ଷା କରିବା ଏବେ ଉଚିତ୍‌ ବୋଲି ସିନ୍ଧିଆ ଶେଷରେ କହିଥିଲେ। ସିନ୍ଧିଆ ନିଜ ସମର୍ଥକଙ୍କ ସହ ଏବେ ବିରୋଧୀମାନଙ୍କୁ ମଧ୍ୟ ଭେଟୁଛନ୍ତି। ସୂଚନା ଅନୁସାରେ ନିକଟରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କୁ ସିନ୍ଧିଆ ଭୁରି ଭୁରି ପ୍ରଂଶସା କରିଥିଲେ।

   Related Posts