ମଂଚରେ ଭାଷଣ ଦେବାବେଳେ କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କୁ ଚାପୁଡ଼ା ମାରିଲେ ଅଜଣା ବ୍ୟକ୍ତି, ଭିଡିଓ ଭାଇରାଲ

Published By : Prameya-News7 Bureau | April 19, 2019 IST

ଅହମଦାବାଦ ୧୯/୪ : ବିଜେପି ପ୍ରବକ୍ତା ଜିବିଏଲ ନରସିଂହ ରାଓଙ୍କ ଉପରକୁ ଜୋତା ଫୋପାଡିବା ଘଟଣାର ଦ୍ୱିତୀୟ ଦିନରେ ଆଜି ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କୁ ଜଣେ ବ୍ୟକ୍ତି ଚାପୁଡ଼ା ମାରିଥିବା ଜଣାପଡିଛି | ସୁରେନ୍ଦ୍ର ନଗର ବଡ଼ବନରେ ଦେଖିବାକୁ ମିଳିଛି ଏହି ଘଟଣା | ସେଠାରେ ଉପସ୍ଥିତ ଲୋକେ ହାର୍ଦ୍ଧିକଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ମାରପିଟ କରିଛନ୍ତି | ପୋଲିସ ସେହି ବ୍ୟକ୍ତିଙ୍କୁ ବଡ କଷ୍ଟରେ ଲୋକଙ୍କ କବଳରୁ ରକ୍ଷା କରିଛି |

{"id":104853}


ହାର୍ଦ୍ଧିକ ପଟେଲଙ୍କୁ ଚାପୁଡ଼ା ମାରିବା ଭିଡିଓ ମଧ୍ୟ ସାମ୍ନା ଆସିଛି | ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ହାର୍ଦିକ ପଟେଲ ଏକ ରାଲିକୁ ସମ୍ବୋଧିତ କରୁଥିଲେ | ସେତେବେଳେ ହଠାତ ଜଣେ ବ୍ୟକ୍ତି ଆସି ହାର୍ଦ୍ଧିକଙ୍କୁ ଚାପୁଡ଼ା ମାରିଥିଲେ | ଏହାଦେଖି ମଂଚରେ ଉପସ୍ଥିତ ଲୋକେ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ ଏବଂ ମାରପିଟ କରିଥିଲେ | ଲୋକେ ସେହି ବ୍ୟକ୍ତିଙ୍କ ପ୍ୟାଣ୍ଟ ସାର୍ଟ ମଧ୍ୟ ଚିରି ପକାଇଥିଲେ | ପୋଲିସ ଉକ୍ତ ବ୍ୟକ୍ତିକୁ ଲୋକଙ୍କ କବଳରୁ ରକ୍ଷା କରି ହସ୍ପିଟାଲରେ ଭର୍ତ୍ତି କରିଛି | ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି | ପୋଲିସ ଘଟଣାର ତଦନ୍ତ କରୁଛି |

wp:core-embed/twitter {"url":"https://twitter.com/i/status/1119118636013088768","type":"rich","providerNameSlug":"twitter","className":""}
https://twitter.com/i/status/1119118636013088768
/wp:core-embed/twitter


ଚାପୁଡ଼ା ଖାଇବା ପରେ ହାର୍ଦ୍ଧିକ ପଟେଲ ନିଜ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ବିଜେପି ତାଙ୍କୁ ମାରିଦେବାକୁ ଚେଷ୍ଟା କରୁଛି | ସେଥିପାଇଁ ବିଜେପି ତାଙ୍କ ଉପରକୁ ଆକ୍ରମଣ କରୁଛି | କିନ୍ତୁ ସେ ଚୁପ ରହିବେ ନାହିଁ | ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି |


ଏହା ପୂର୍ବରୁ ପଞ୍ଚମହାଲ ଲୋକସଭା କ୍ଷେତ୍ରରେ ଏକ ଜନସଭାକୁ ସମ୍ବୋଧିତ କରିବାବେଳେ ହାର୍ଦ୍ଧିକ କହିଥିଲେ ଯେ, ଜିଲ୍ଲାର ଯୁବ ଗୋଷ୍ଠୀ ବିଜେପୁ ଠାରୁ ଅସନ୍ତୋଷ ଅଛନ୍ତି | ଜିଲ୍ଲାର ଯୁବ ଗୋଷ୍ଠୀ ବିଜେପିକୁ କେବଳ ଭଲ ଏବଂ ଶସ୍ତା ଶିକ୍ଷା ଏବଂ ସମ୍ମାନ ସହ ରୋଜଗାର ଯୋଡ଼େଇ ଦେବାପାଇଁ କହିଥିଲେ | କିନ୍ତୁ ବିଜେପି ସରକାର ତାଙ୍କୁ ଏହା ଦେବାରେ ଅସଫଳ ହୋଇଛି | ଚଳିତ ନିର୍ବାଚନରେ ଉତ୍ତର ଗୁଜରାଟର ସମସ୍ତ ଲୋକସଭା ଆସନରେ କଂଗ୍ରେସ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରି କହିଥିଲେ | ବିଜେପି କେବଳ ଦୁର୍ନୀତି କରୁଛି ବୋଲି ସେ କହିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.