Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କାଶ୍ମୀରରେ ପଶି ପରିଲେନି ଗୁଲାମ ନବୀ ଆଜାଦ : ଯେମିତି ଯାଇଥିଲେ ସେମିତି ଫେରିଆସିଲେ, ହେଲେ ବହୁତ ଗର୍ଜିଲେ…

8/08/2019 at 6:58 PM

ନୂଆଦିଲ୍ଲୀ୮|୮: କାଶ୍ମୀରକୁ ନେଇ ଜାରି ରହିଛି ରାଜନୈତିକ ହଲ୍‌ଚଲ୍‌ । ଆଜି ସମଝୌତା ଏକ୍ସପ୍ରେସକୁ ପାକିସ୍ତାନ ବନ୍ଦ କରିବାକୁ ଘୋଷଣା କରିଥିଲା। ଭାରତର ଉଦ୍ୟମରେ ଟ୍ରେନ ତ ଆସିଲା । ଏଣେ  କିନ୍ତୁ କାଶ୍ମୀରରେ ଦେଖିବାକୁ ମିଳିଥିଲା ଗୁଲାମ ନବୀ  ଆଜାଦଙ୍କ ବିରୋଧ । କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରି କଂଗ୍ରେସ ମଧ୍ୟ ପାକିସ୍ତାନକୁ ସୁହାଇବା ଭଳିଆ ଗୋଟିଏ ପରେ ଗୋଟିଏ କାମ କରିଚାଲିଛି ।

ଗୋଳିଆ ପାଣିରେ ମାଛ ମାରୁ ମାରୁ ହଟହଟା ହେଲେ ଗୁଲାମ । କଂଗ୍ରେସ ନେତା ଗୁଲାମ ନବୀ ଆଜାଦ  ଆଜି ଦେଇଥିଲେ ଚ୍ୟାଲେଞ୍ଜ । ସେ ଗୁଲାମ ନୁହଁନ୍ତି ଆଜାଦ । ଯେମିତିବି ହେଉ କାଶ୍ମୀରକୁ ଯିବେ। କଂଗ୍ରେସ କର୍ମୀ ଓ ନେତାଙ୍କ ସହ ବିଚାର କରିଥାନ୍ତେ ଶ୍ରୀନଗରରେ ହଲ୍ଲାବୋଲ କରିଥାନ୍ତେ ।

ଗୁଲାମ ନବୀଙ୍କ ସହିତ ଥିଲେ ପ୍ରଦେଶ କଂଗ୍ରେସ ସଭାପତି ଗୁଲାମ ଅହମ୍ମଦ ମିର୍ ।  ଶ୍ରୀନଗର ଏୟାରପୋର୍ଟରୁ ଗୁଲାମ ନବୀ ଆଜାଦଙ୍କୁ ଅଟକାଇ ଫେରାଇ ଦିଆଗଲା ।ଯେଉଁବାଟେ ବାଟେ ଯାଇଥିଲେ ସେଇ ବାଟେ ବାଟେ ଉଡ଼ିଆସିଲେ। ସେହି ଫ୍ଲାଇଟ୍‌ରେ ହିଁ ତାଙ୍କୁ ଦିଲ୍ଲୀ ପଠାଇ ଦିଆଗଲା ।

କାଶ୍ମୀର ପ୍ରସଙ୍ଗରେ ଏବେ କଂଗ୍ରେସର ଲିଡ୍‌ ନେଉଥିବା ଗୁଲାମ ନବୀ ଆଜାଦ କିନ୍ତୁ ସରକାରଙ୍କୁ ଟାର୍ଗେଟ୍‌ କରିବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି ।ସୋପିୟାନର ରାସ୍ତାରେ ସାଧାରଣ ଲୋକଙ୍କ ସହିତ ମିଶି ବିରିୟାନୀ ଖାଇଥିବା ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲକୁ ଟାର୍ଗେଟ୍‌ କରିଛନ୍ତି ଆଜାଦ ।କହିଛନ୍ତି ଯେ ପଇସା ଦେଇ କାହାକୁ ବି ସାଙ୍ଗରେ ନେଇହେବ । ଆଉ ତାଙ୍କୁ ଜବାବ ଦେଇଛି ବିଜେପି।  …

 କାଶ୍ମୀରକୁ ନେଇ ରାଜନୈତିକ ଘଟଣାକ୍ରମ ବେଶ ସରଗରମ  ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଏକ ବଡ଼ ବୟାନ ଆସିଛି ।ଦିଲ୍ଲୀରେ ଆର୍ମି ଭେଟେରାନମାନଙ୍କୁ ସମ୍ବୋଧିତ କରିବା ଅବସରରେ ରାଜନାଥ କହିଛନ୍ତି ଯେ ଆପଣ ନିଜର ବନ୍ଧୁ ପରିବର୍ତ୍ତନ କରିପାରିବେ କିନ୍ତୁ ପଡ଼ୋଶୀ ନୁହେଁ ।ହେଲେ ପାକିସ୍ତାନ ଭଳି ପଡ଼ୋଶୀ ଆଉ କାହାକୁ ନମିଳୁ ।

କାଶ୍ମୀରକୁ ନେଇ ବୟାନବାଜି ଜାରି ରହିଥିବା ବେଳେ ଘାଟୀରେ କିନ୍ତୁ ସ୍ଥିତି ଏବେ ଶାନ୍ତ ରହିଛି  ସେପଟେ ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବା ଲଦାଖରେ ଆଜିବି ଚାଲିଥିଲା ସେଲିବ୍ରେସନ।

   Related Posts