Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ପୁଲୱାମାରେ ଆତଙ୍କି ହାମଲା : ସର୍ବଦଳୀୟ ବୈଠକରେ ଗୁଲାମ ନବୀ ଆଜାଦ କହିଲେ “ଦେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜନୈତିକ ଦଳ ସହ ବୈଠକ କରନ୍ତୁ”

16/02/2019 at 2:27 PM

ଦିଲ୍ଲୀ ୧୬/୨ : ପୁଲୱାମାରେ ଆତଙ୍କି ହାମଲାରେ ୪୨ ଜଣ ସିଆରପିଏଫ ଯବାନ ସହିଦ ଘଟଣାରେ ମର୍ମାହତ ହୋଇଛି ସମଗ୍ର ଦେଶ | ସେନେଇ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ଗୃହମନ୍ତ୍ରୀ ରାଜନାଥ ସିଂହ | ବୈଠକରେ ଗୃହ ସଚିବ ରାଜୀବ ଗୌବା, ବିଏସପି ନେତା ସତୀଶ ଚନ୍ଦ୍ର ମିଶ୍ର, ଆରଜେଡି ନେତା ଜେପି ଯାଦବ, ରଙ୍ଗ ରାଜନ, ଫାରୁଖ ଅବଦୁଲ୍ଲାହ, କେ.ବେଣୁଗୋପାଳ, ନରେଶ ଗୁଜରାଲ, ସୂଦୀପ ବନ୍ଦୋପାଧ୍ୟାୟ, ଶରଦ ପୱାର, ଆନନ୍ଦ ଶର୍ମା, ସଞ୍ଜୟ ସିଂହ, ଜ୍ୟୋତିରଦିତ୍ୟ ସିନ୍ଧିଆ ପ୍ରମୁଖ ଉପସ୍ଥିତ ଥିଲେ | କଂଗ୍ରେସ ନେତା ଗୁଳ୍ମ ନବୀ ଆଜାଦ ନିଜର ପ୍ରତିକ୍ରିୟା ରଖିଥିଲେ | ସେ କହିଥିଲେ ଦେଶର ଏଭଳି ସଙ୍କଟ ସମୟରେ କଂଗ୍ରେସ ଏବଂ ସମସ୍ତ ବିରୋଧୀ ଦଳ ସରକାରଙ୍କ ସହିତ ଅଛନ୍ତି ବୋଲି କହିଥିଲେ ଆଜାଦ |


ଆଜାଦ କହିଥିଲେ ଯେ, ୪୨ ଯବାନ ସହିଦ ଘଟଣାରେ ସମଗ୍ର ଦେଶ ମର୍ମାହତ ହୋଇଛି, ପୁରା ଦେଶ ଶୋକ ପ୍ରକାଶ କରିଛି | ପାକିସ୍ତାନର ଆତଙ୍କୀ ହମଲାରେ ଦେଶର ୪୨ ଯବାନ ସହିଦ ହୋଇଯିବ ବହୁତ ବଡ ଘଟଣା | ସେ ଗୃହମନ୍ତ୍ରୀଙ୍କୁ ନିବେଦନ କରିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମସ୍ତ ରାଜନୈତିକ ଦଳର ଅଧ୍ୟକ୍ଷଙ୍କ ସହିତ ବୈଠକ ଡାକିବା ଦରକାର | ଦେଶର ସୁରକ୍ଷା ଏବଂ ଏକତାକୁ ଦୃଷ୍ଟିରେ ରଖି ସମସ୍ତେ ଏକଜୁଟ ହେବା ଦରକାର ବୋଲି କହିଥିଲେ ଆଜାଦ | ଆତଙ୍କବାଦ ବିରୋଧରେ କଂଗ୍ରେସ ସମ୍ପୂର୍ଣ ଭାବେ ସରକାରଙ୍କୁ ସହଯୋଗ କରିବ ବୋଲି କହିଛନ୍ତି ଗୁଳ୍ମ ନବୀ ଆଜାଦ |


ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ସୁରକ୍ଷାକର୍ମୀଙ୍କୁ ଫ୍ରି ହେଣ୍ଡ ଦିଆଯାଇଛି | କାରଣ ରାଜ୍ୟରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସୀମା ଆରପାରିର ଇସାରାର ଚଳୁଛନ୍ତି | ସେଥିପାଇଁ ସୁରକ୍ଷାକର୍ମୀଙ୍କୁ ଫ୍ରି ହେଣ୍ଡ ଘୋଷଣା କରାଯାଇଛି |

   Related Posts