୮୦ % ପାର୍ଟି ଲକ୍ଡାଉନ୍ ବଢାଇବା ସପକ୍ଷରେ ଅଛନ୍ତି: ଗୁଲାମ ନବି ଆଜାଦ
8/04/2020 at 10:00 PM

ନୂଆଦିଲ୍ଲୀ ୦୮।୦୪: କରୋନା ଭାଇରସ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ସରକାର ସାହାଯ୍ୟରେ ଏକ ସର୍ବଦଳୀୟ ଟାକ୍ସ ଫୋର୍ସ ଗଠନ କରିବାକୁ କଂଗ୍ରେସ ପ୍ରସ୍ତାବ ଦେଇଛି। ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ କହିଛନ୍ତି ଯେ, କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି କରୋନା ବିରୋଧୀ ଲଢେଇରେ ସରକାରଙ୍କ ସାହାଯ୍ୟ ପାଇଁ କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଟାସ୍କ ଫୋର୍ସ ଗଠନ କରିବାକୁ ପ୍ରସ୍ତାବ ଦେଇଛି।
କଂଗ୍ରେସର ବରିଷ୍ଠ ନେତା ବୁଧବାର କହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକ ଅଧିକାଂଶ ବିରୋଧୀ ଦଳ ଲକ୍ଡାଉନ୍ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ବିରୋଧୀ ଦଳର ନେତାଙ୍କ ବୈଠକ ପରେ ଆଜାଦ କହିଛନ୍ତି ଯେ, ୮୦ ପ୍ରତିଶତ ବିରୋଧୀ ଦଳ ନେତା ଲକ୍ଡାଉନ୍ ଅବଧି ବଢାଇବା ପକ୍ଷରେ ଅଛନ୍ତି।
ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ ଲକ୍ଡାଉନ୍ ମିଆଦ ବଢାଇବା ନେଇ ପ୍ରସ୍ତାବ ତାଙ୍କ ପାଖକୁ ଆସୁଛି ମାତ୍ର କୌଣସି ବି ପଦକ୍ଷେପ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ନିଜର ସହଯୋଗୀ ମନ୍ତ୍ରୀଙ୍କ ସହିତ ସେ ବିଚାର ବିମର୍ଶ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୧ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିବେ ଏବଂ କରୋନା ଭାଇରସ୍ ସମ୍ବନ୍ଧରେ ଲକ୍ଡାଉନ୍ ଅବଧି ବଢାଇବା ଉପରେ ଆଲୋଚନା କରିବେ।