Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ପାକିସ୍ତାନ ଟେଲିଭିଜନର କଂଗ୍ରେସ ନେତା ପାଉଛନ୍ତି ଅଧିକ ଟିଆରପି ; ଅରୁଣ ଜେଟଲୀ

7/03/2019 at 5:16 PM

ନୂଆଦିଲ୍ଲୀ ୭/୩- ଭାରତ ପାକିସ୍ତାନର ସଂପର୍କ ବିଗିଡ଼ିଗଲା ପରେ ଏବେ ସୀମାରେ ଲାଗିରହିଛି ଉତ୍ତେଜନା । ପୁଲଓ୍ଵମା ଘଟଣାରେ ସାରା ଭାରତବାସୀ ଯେମିତି ପ୍ରତିକ୍ରିୟାଶୀଳ ବିଶ୍ଵ ବି ସେମିତି ।  ଆମ ଟେଲିଭିଜନ ଯେମିତି ପାକିସ୍ତାନ ବିରୋଧରେ ଖବର ପରିବେଷଣ କଲେ ଆମେ ଖୁସି ହେଉଛୁ, ଟିଭି ସଂସ୍ଥା ସେମିତି ଏହି ଖବର ପ୍ରସାରଣ କରି ଟିଆରପି ବଢ଼ାଇବାକୁ ମଧ୍ୟ ଉଦ୍ୟମରତ ।

କିନ୍ତୁ ପାକିସ୍ତାନ ଟିଭି ମଧ୍ୟ ଭାରତ ବିରୋଧରେ  ଖବର ପ୍ରସାରଣ କରି ଟିଆରପି ବଢ଼ାଇବାକୁ ପ୍ରୟାସ ଜାରି ରଖିଛି । କିନ୍ତୁ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକଠାରୁ ବଡ଼ ଖବର ହେଲା ଭାରତର କଂଗ୍ରେସ ନେତା । ଭାରତରେ କଂଗ୍ରେସ ନେତାମାନେ ଦେଉଥିବା ବୟାନକୁ ଅଧିକ ଲୋକ କରୁଛନ୍ତି ଉପଭୋଗ । ବିଶେଷକରି ରାଫେଲ ବାବଦରେ ଦେଉଥିବା ମନ୍ତବ୍ୟ ଓ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗୁଥିବା କଂଗ୍ରେସ କଥା ପାକ୍ ଟିଭିରେ ଚର୍ଚ୍ଚାକୁ ଆସିଛି ।

ସୁପ୍ରିମକୋର୍ଟ ଓ କ୍ୟାଗର କ୍ଲିନଚିଟପରେ ବି କଂଗ୍ରେସ ଆଣିଥିବା ଅଭିଯୋଗ ପାକିସ୍ତାନ ପାଇଁ ହୋଇଯାଇଛି ବଡ଼ ଖବର । ପାକିସ୍ତାନୀ ମିଡ଼ିଆ ଏହି ଖବର ପ୍ରସାରଣ କରି କଂଗ୍ରେସନେତାଙ୍କର ଟିଆରପି ବଢ଼ାଉଛି ବୋଲି କହିଲେ ଅରୁଣ ଜେଟଲୀ ।

କେବଳ ଏତିକି ନୁହେଁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଖୋଜୁଥିବା କଂଗ୍ରେସ ପାଇଁ ପାକିସ୍ତାନରେ ସୃଷ୍ଟି ହୋଇଛି ହଟଚମଟ ।  ରାଜନୀତିକୁ ଆଖିଆଗରେ ରଖି ଏଭଳି ବୟାନବାଜୀ କରୁଥିବା କଂଗ୍ରେସ ପାଇଁ ପାକିସ୍ତାନ ମିଡ଼ିଆ ନେଉଛି ଫାଇଦା ।  କଂଗ୍ରେସରେ ଥିବା ସିଦ୍ଧୁଙ୍କର ବୟାନ ମଧ୍ୟ ପାକିସ୍ତାନୀଙ୍କ ପାଇଁ ବେଶ୍ ଉତ୍ସାହପ୍ରଦ ହୋଇଛି । ସିଦ୍ଧୁ ଦେଇଥିଵା କଥାର ନିରପେକ୍ଷତା ଅଛି ବୋଲି  ପାଲିସ୍ତାନର ନେତୃମଣ୍ଡଳୀ ଦେଉଥିବା ମନ୍ତବ୍ୟ କଂଗ୍ରେସର ଟିଆରପି ଆପଣାଛାଏଁ ବଢ଼ୁଛି ବୋଲି କହିଛନ୍ତି ଜେଟଲି ।

କଂଗ୍ରେସନେତା ରାଜନୀତିର ସ୍ଵାର୍ଥରଖି କରୁଥିବା ବୟାନବାଜି ପାଇଁ ପାକିସ୍ତାନ ଟେଲିଭିଜନରେ ଅଧିକ ପ୍ରସାରଣର ଖବର ପାଲଟିଯାଇଛି ।  ପାକିସ୍ତାନ ଟେଲିଭିଜନ କଂଗ୍ରେସର ଏଭଳି ବୟାନବାଜିକୁ ବାରମ୍ବାର ପ୍ରସାରଣ କରି ଚର୍ଚ୍ଚା ପାଲଟିଯାଇଛି ବୋଲି କହିଛନ୍ତି ଜେଟଲୀ ।

   Related Posts