ବେଆଇନ ଅର୍ଥ କାରବାର ମାମଲା କଂଗ୍ରେସ ନେତା ଡି.କେ. ଶିବକୁମାର ଗିରଫ

Published By : Prameya-News7 Bureau | September 04, 2019 IST

ନୂଆଦିଲ୍ଲୀ ୪: କର୍ଣ୍ଣାଟକର କଂଗ୍ରେସ ନେତା ଡି.କେ.ଶିବ କୁମାର ଗିରଫ । ବେଆଇନ ଅର୍ଥ କାରବାର ମାମଲାରେ ଇଡି ତାଙ୍କୁ ଗିରଫ କରିଛି । ଶିବ କୁମାର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା କନକପୁରାର ବର୍ତ୍ତମାନର ବିଧାୟକ ଅଛନ୍ତି ।

ଶିବ କୁମାରଙ୍କୁ ବେଆଇନ ଅର୍ଥ କାରବାର ମାମଲାରେ ଚତୁର୍ଥ ଥର ପାଇଁ ଇଡି ଜେରା କରିବାକୁ ଡାକି ଗିରଫ କରିଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ପରେ ତାଙ୍କୁ ହେପାଜତକୁ ନେବା ପାଇଁ ଇଡି ଆବେଦନ କରିବ ।

ଗତ ସେପ୍ଟେମ୍ବରରେ ଶିବକୁମାରଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଥିଲା । ଟିକସ ଫାଙ୍କି ଏବଂ ହାୱଲା ଅଭିଯୋଗ ଆଣି ଆୟକର ବିଭାଗ ଦାଖଲ କରିଥିବା ଏକ ଚାର୍ଜସିଟ୍ ଆଧାରରେ ଏହି ମାମଲା ଚାଲୁ ରହିଛି ।

ଗିରଫ ପରେ ଶିବ କୁମାର ଟ୍ବିଟ୍ କରିଛନ୍ତି । ଏଥିପାଇଁ ସେ ବିଜେପିକୁ ସମାଲୋଚନା କରିଛନ୍ତି । ସେହିଭଳି ତାଙ୍କର ସମର୍ଥକ ଓ ପାର୍ଟିର କର୍ମକର୍ତ୍ତା ବ୍ୟସ୍ତ ନହେବାକୁ ସେ କହିଛନ୍ତି । ସେ କୌଣସି ଦୋଷ କରିନାହାନ୍ତି ବୋଲି କହିଛନ୍ତି । କଂଗ୍ରେସ ନେତାଙ୍କୁ ଜାଣିଶୁଣି ଏପରି ହଇରାଣ କରାଯାଉଛି ବୋଲି ସେ କହିଛନ୍ତି । ସେପଟେ କିନ୍ତୁ ଶିବ କୁମାରଙ୍କ ସମର୍ଥକ ଦିଲ୍ଲୀରେ ରାସ୍ତାରୋକ ଓ ଆନ୍ଦୋଳନ କରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କୁ ପୋଲିସ ଉଠାଇ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.