ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟଙ୍କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ, ଶଙ୍କରାଚାର୍ଯ୍ୟ ନାହାଁନ୍ତି, ଅଥଚ ଭିଏଚପି ଏବଂ ବିଜେପି ନେତା ରହିଲେ କେମିତି ?

Published By : Prameya-News7 Bureau | July 20, 2020 IST

ଅଯୋଧ୍ୟା, ୨୦|୦୭: ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋର୍ ଧରିଛି । ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଗସ୍ତ କରି ରାମ ମନ୍ଦିର ଭୂମି ପୂଜନରେ ସାମିଲ ହୋଇପାରନ୍ତି । ତେବେ କଂଗ୍ରେସ ନେତା ଦିଗବିଜୟ ସିଂ ଟ୍ରଷ୍ଚରେ ବିଶ୍ୱ ହିନ୍ଦୁ ପରିଷଦ ଓ ବିଜେପି ନେତାଙ୍କୁ ସାମିଲ କରାଯିବା ନେଇ ଆପତ୍ତି ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ସମସ୍ତେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଚାହାଁନ୍ତି । କିନ୍ତୁ ସରକାର ସଙ୍କରାଚାର୍ଯ୍ୟଙ୍କୁ ଟ୍ରଷ୍ଟରେ ସାମିଲ କରିନାହାଁନ୍ତି । ବଦଳରେ ବିଜେପି ଓ ଭିଏଚପି ନେତାଙ୍କୁ ସାମିଲ କରିଛନ୍ତି । ଅଗଷ୍ଟ ୫ରେ ମୋଦୀ ରାମ ମନ୍ଦିରର ଶିଳାନ୍ୟାସ କରିବେ । ରାମନନ୍ଦି ସଂପ୍ରଦାୟ ସମେତ ଶଙ୍କରାଚାର୍ଯ୍ୟ ସ୍ୱାମୀ ରାମନରେଶାଚାର୍ଯ୍ୟଙ୍କୁ ସମାରୋହରେ ଆମନ୍ତ୍ରଣ କରିବା ଆବଶ୍ୟକ । ଏମାନେ ମଧ୍ୟ ଟ୍ରଷ୍ଟର ସଦସ୍ୟ ଅଛନ୍ତି ।

କରୋନା ମହାମାରୀକୁ ନଜରରେ ରଖି ଏହି ଭୂମି ପୂଜନ ଉତ୍ସବରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ସୂତ୍ରାନୁସାରେ, ଏହି ଦିନ ଭବ୍ୟ ରାମମନ୍ଦିରକୁ ସୁନ୍ଦର ଭାବେ ସଜାଯିବ । ରାମ ଜନ୍ମଭୂମି ଆନ୍ଦୋଳନ ସହ ଜଡିତ ସମସ୍ତଙ୍କୁ ଡକାଯାଇପାରେ । କାର୍ଯ୍ୟକ୍ରମକୁ ଲାଲକୃଷ୍ଣ ଆଡଭାନୀ ଓ ମୁରଲି ମନୋହର ଯୋଶୀଙ୍କୁ ମଧ୍ୟ ଡକାଯିବ । ଏହି ନେତା ଦ୍ୱୟ ବହୁ ପୂର୍ବରୁ ରାମ ମନ୍ଦିର ପକ୍ଷରେ କହି ଆସୁଛନ୍ତି ।

ଏକ ଔପଚାରିକ ନିମନ୍ତ୍ରଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି । ତେବେ କାର୍ଯ୍ୟକ୍ରମ ବାବଦରେ ସରକାରୀ ଭାବେ କିଛି କୁହାଯାଇ ନାହିଁ । କିନ୍ତୁ ଏକ ଅସ୍ଥାୟୀ କାର୍ଯ୍ୟକ୍ରମ ନିର୍ଧାରିତ କରାଯାଇଛି । ଏହି ମନ୍ଦିରରେ ବିଶ୍ୱ ସ୍ତରୀୟ ସଂଗ୍ରହାଳୟ ହେବ ଓ ପୂରାତନ କଳାକୃତି ସ୍ଥାନ ପାଇବ ବୋଲି ମଧ୍ୟ ଆଲୋଚନା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.