ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ ନିଶ ଘୋଷଣା କରିବାକୁ ଲୋକସଭାରେ କଂଗ୍ରେସର ଦାବି

Published By : Prameya-News7 Bureau | June 24, 2019 IST

ନୂଆଦିଲ୍ଲୀ ୨୪/୬ : ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଚର୍ଚ୍ଚାବେଳେ ସଦନର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏକ ଅଜବ ଦାବି କରିଥିଲେ । ଵାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ସୀମାରେ ପଶି ତାଙ୍କ ବିମାନକୁ ଧ୍ବଂସ କରିଥିବା ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କୁ ପୁରସ୍କାର ଦେବାକୁ ଦାବି କରିଥିଲେ । ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ ନିଶ ଘୋଷଣା କରାଯାଉ ବୋଲି କଂଗ୍ରେସ ନେତା ଦାବି କରିଥିଲେ । 

{"id":126627}

ଲୋକସଭାରେ ଆଜି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମୋଦି ସରକାରଙ୍କୁ ଆକ୍ଷେପ କରି କହିଥିଲେ । ବିଦେଶ ନୀତି ସମ୍ପର୍କରେ କହିବା ସମୟରେ ସେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ କଥା ମଧ୍ୟ କହିଥିଲେ ।

{"id":126628}

ଅଧୀର ରଞ୍ଜନ କହିଥିଲେ ଯେ, ଵାଲାକୋଟରେ ବାୟୁସେନା ଯେଉଁ ଏୟାର ଷ୍ଟ୍ରାଇକ କରିଥିଲା କଂଗ୍ରେସ ତାକୁ ସମର୍ଥନ କରୁଛି । ଏଥିପାଇଁ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କୁ ପୁରସ୍କୃତ କରିବା ଉଚିତ ବୋଲି ସେ କହିଥିଲେ । ତାଙ୍କ ନିଶକୁ ରାଷ୍ଟ୍ରୀୟ ନିଶ ଘୋଷଣା କରିବା ତାଙ୍କ ପାଇଁ ପୁରସ୍କାର ବୋଲି କହିଥିଲେ ଚୌଧୁରୀ । ଏହାଦ୍ୱାରା ଦେଶର ଯୁବପିଢ଼ି ପ୍ରେରିତ ହେବେ ବୋଲି କହିଥିଲେ ଅଧୀର ରଞ୍ଜନ । ଅଧୀରଙ୍କ ଏହି ଦାବିକୁ ଲୋକସଭାରେ ସମସ୍ତ ସଦସ୍ୟ ତାଳି ବଜାଇ ସ୍ୱାଗତ ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.