କଂଗ୍ରେସ୍ ନେତା ଏବଂ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ହୁଡ଼ା କରୋନାରେ ସଂକ୍ରମିତ

Published By : Prameya-News7 Bureau | September 06, 2020 IST

ଚଣ୍ଡିଗଡ଼ ୬/୯: କଂଗ୍ରେସ୍ ନେତା ଏବଂ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ହୁଡ଼ା କରୋନାରେ ସଂକ୍ରମିତ ହୋଇଛନ୍ତି। ଦୀପେନ୍ଦ୍ର ହୁଡ଼ା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ହୁଡ଼ାଙ୍କ ପୁଅ। ନିଜ ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡଲରେ ଟ୍ବିଟ୍ କରି ଦୀପେନ୍ଦ୍ର ଲେଖିଛନ୍ତି- ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

{"id":326037,"width":579,"height":464,"sizeSlug":"large"}

ଡାକ୍ତରଙ୍କ ପରାମର୍ଶକ୍ରମେ ବାକି ଟେଷ୍ଟ କରାଯାଉଛି। ସମସ୍ତଙ୍କ ପ୍ରାର୍ଥନାରେ ଖୁବ୍ ଶୀଘ୍ର ଠିକ୍ ହୋଇ ପୁଣି ଫେରି ଆସିବେ। ଯେଉଁମାନେ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ଦୟା କରି ନିଜକୁ ସେଲ୍ଫ ଆଇସୋଲେସନ କରନ୍ତୁ ଏବଂ ନିଜ ପରୀକ୍ଷା କରାନ୍ତୁ।

{"id":326038,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.