Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭାଙ୍ଗିଲା କୋରାପୁଟ କଂଗ୍ରେସ ଗଡ, ଦଳକୁ ବାଏ ବାଏ କରି ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ

15/09/2021 at 12:10 PM

ଭୁବନେଶ୍ବର ୧୫।୯: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ । କଂଗ୍ରେସକୁ ବାଏ ବାଏ କରି ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । ଭାଙ୍ଗିଲା କୋରାପୁଟ କଂଗ୍ରେସ ଗଡ । କଂଗ୍ରେସ କ୍ୟାମ୍ପ୍ ଉପରେ ଏବେ ବିଜେଡି ପକାଇଛି ନଜର । ନିଜ କର୍ମୀ ଓ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ଚନ୍ଦ୍ର ଶେଖର ମାଝୀ ।

ଏହା ଫଳରେ ଦକ୍ଷିଣ ଓଡିଶାର ମଜଭୁତ କଂଗ୍ରେସ ଗଡ ଭାବେ ପରିଚିତ କୋଟପାଡରେ କଂଗ୍ରେସ ସ୍ଥିତି ଦୁର୍ବଳ ହେବ ବୋଲି ଆଶା କରାଯାଉଛି । ୨୦୧୪ରେ କୋରପୁଟ କୋଟପାଡରୁ ବିଧାୟକ ଥିଲେ ଚନ୍ଦ୍ର ଶେଖର । କଂଗ୍ରେସ ଟିକେଟରୁ ଜିତିଥିଲେ ଚନ୍ଦ୍ର ଶେଖର । ୨୦୧୯ ରେ ବିଜେଡି ନେତ୍ରୀ ତଥା ଏବେର ବୟନଶିଳ୍ପ ମନ୍ତ୍ରୀ ପଦ୍ମିନ ଦିଆନଙ୍କଠାରୁ ହାରିଯାଇଥିଲେ । ତାପୂର୍ବରୁ ଚନ୍ଦ୍ରଶେଖରଙ୍କ ଦାଦା ବାସୁଦେବ ମାଝୀ କଂଗ୍ରେସ ଟିକେଟରେ କୋଟପାଡରୁ ୮ ଥର ଜିତି ସବୁ ରେକର୍ଡ ଭାଙ୍ଗିଥିଲେ ।

ବିଜେଡି ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ସୁବାଷ ସିଂ, ରବି ନନ୍ଦ, ରମେଶ ମାଝୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

   Related Posts