ବୀଚ୍ ରାସ୍ତାରେ ମହିଳାଙ୍କୁ ଲାତ ଗୋଇଠା ମାରିଲେ କଂଗ୍ରେସ ନେତା ; ଭିଡିଓ ଭାଇରାଲ

Published By : Prameya-News7 Bureau | June 15, 2019 IST

ଜଣେ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ମଝି ରାସ୍ତାରେ ବେଲ୍ଟ, ଜୋତାରେ ମାଡ ମରାଯାଇଛି । ମହିଳାଙ୍କୁ ରକ୍ଷା କରିବାକୁ ଆସିଥିବା ଆଉ ଜଣେ ମହିଳାଙ୍କୁ ମଧ୍ୟ ମାଡ଼ ମରାଯାଇଛି । ମହିଳାଙ୍କୁ ମାଡ ମାରୁଥିବା ବ୍ୟକ୍ତି ହେଲେ ଜଣେ କଂଗ୍ରେସ ନେତା । ଟଙ୍କା କାରବାର ଯୋଗୁଁ ଏହିଭଳି ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।

{"id":123142,"width":581,"height":415}

ଶୁକ୍ରବାର ଦିନ ପଞ୍ଜାବ ମୁକ୍ତସର ସହରରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଘରୁ ଘୋଷାଡ଼ି ଆଣି ରାସ୍ତା ମଝିରେ ଦୁଇଜଣ ମହିଳାଙ୍କୁ ମାଡ ମାରିବା ଘଟଣାରେ ଦୋହଲିଯାଇଛି ପୁରା ସହର । ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଏହାକୁ ବିରୋଧ କରାଯାଇଛି । ମହିଳାଙ୍କୁ ମାଡ ମାରୁଥିବା କଂଗ୍ରେସ ନେତା ଫେରାର ହୋଇଯାଇଛି ।

{"id":123143,"width":579,"height":418}

ମହିଳାଙ୍କୁ ମାଡ ମାରୁଥିବା ବ୍ୟକ୍ତି ମୁକ୍ତସର ସହରର ଏକ ୱାର୍ଡ ମେମ୍ବରଙ୍କ ଭାଇ । ତାର ଏକ କବାଡି ଦୋକାନ ଅଛି । ସେ ଟଙ୍କା କାରବାର ମଧ୍ୟ କରେ । ମହିଳା ତାଠାରୁ କିଛି ଟଙ୍କା କରଜ କରିଥିଲେ । ସେହି ମାମଲାରେ ସେ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ନିଜର କିଛି ସହଯୋଗୀଙ୍କ ସହ ମିଶି ମହିଳାଙ୍କୁ ବେଲ୍ଟ ଏବଂ ଜୋତାରେ ଲାତ ବିଧା ମାରିଥିଲା ।

{"id":123144,"width":579,"height":427}

ମହିଳାଙ୍କୁ ଗମ୍ଭୀର ଅବସ୍ଥାରେ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରାଯାଇଛି । ହତ୍ୟା ଉଦ୍ୟମ ଏବଂ ଅନ୍ୟ ଧାରାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତକୁ ଖୋଜୁଛି । ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

{"id":123145,"width":576,"height":439}

ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ । ପୀଡିତାଙ୍କ ପରିବାରକୁ ମଧ୍ୟ ସୁରକ୍ଷା ଦିଆଯିବ ବୋଲି କହିଛି ପୋଲିସ । ଆଜି ଏହି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.