ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ବିସ୍ଫୋରକ ବୟାନ : କହିଲେ ଆଞ୍ଚଳିକ ବୈଶ୍ୟମତା ପାଇଁ ପଶ୍ଚିମ ଓଡିଶା ଅବହେଳାର ଶିକାର

Published By : Prameya-News7 Bureau | October 02, 2019 IST

କଳାହାଣ୍ଡି ୨।୧୦: ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ କଂଗ୍ରେସ ପଦଯାତ୍ରା ଆରମ୍ଭ କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ମଧ୍ୟ ନୂଆ ରାଜନୈତିକ ଏଜେଣ୍ଡାରେ ପଦଯାତ୍ରା ଆରମ୍ଭ କରିଛନ୍ତି ।

ଆଜି ନୂଆପଡାରୁ ଖଡିଆଳ ପ୍ରାୟ ୨୬ କି.ମି. ପଦଯାତ୍ରାର ଅଭିମୁଖ୍ୟ ସଂପର୍କରେ ଜଣାଇବାକୁ ଯାଇ ଭବାନୀପାଟଣାଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଭକ୍ତ ଦାସ । ଏହି ଅବସରରେ ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ । ଆଞ୍ଚଳିକ ବୈଶ୍ୟମତା ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡିଶା କ୍ରମାଗତ ଅବହେଳାର ଶିକାର ହେଉଛି । ଫଳରେ ସରକାର ପଶ୍ଚିମ ଓଡିଶା ତଥା କେବିକେ ଜିଲ୍ଲା ପାଇଁ ଅଟନୋମସ ଡେଭଲପମେଣ୍ଟ କାଉନସିଲ କିମ୍ବା ସ୍ବତନ୍ତ୍ର କ୍ୟାପିଟାଲର ଅବଶ୍ୟକତା ଥିବା ଦାବି ଉଠାଇଛନ୍ତି ଭକ୍ତ । ନହେଲେ ମହାକୋଶଳ ରାଜ୍ୟ ନିର୍ମାଣ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ।

ଏବେ କେବିକେ, ବିଆରଜିଏଫ, ଏସସି, ଏସଟି, ଓବିସି ଫଣ୍ଡ ବନ୍ଦ ପରେ ଏହା ଆହୁରି ବଢିଯାଇଛି । ଏହାର ସମାଧାନ ନହେଲେ ଓଡିଶାରୁ ଅଲଗା ରାଜ୍ୟ ଦୀର୍ଘ ଦିନର ଦାବି ପ୍ରତି ଲୋକେ ସାମିଲ ହେବେ ବୋଲି କହିଛନ୍ତି ଭକ୍ତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.