Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ନୀତିନ ଗଡକରୀଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଅଶୋକ ଚହ୍ଵାଣ, କହିଲେ- ‘ଭୁଲ୍ ପାର୍ଟିରେ ସଠିକ୍ ବ୍ୟକ୍ତି’

31/05/2021 at 5:24 PM

ମୁମ୍ଵାଇ ୩୧।୦୫: କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡକରୀ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ କାର୍ଯ୍ୟଶୈଳୀକୁ ନେଇ ଶାସକ ଦଳଠୁ ନେଇ  ବିରୋଧୀ ଦଳ ମଧ୍ୟ ପ୍ରଶଂସା କରନ୍ତି। ଏହା ମଧ୍ୟରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଚହ୍ଵାଣ ଏବେ ନୀତିନଙ୍କ ପ୍ରଶଂସା କରିଛନ୍ତି। ସେ ନୀତିନ ଗଡକରୀଙ୍କୁ ନିଜ ପସନ୍ଦର ମନ୍ତ୍ରୀ କହିଛନ୍ତି।

ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ଏବଂ ମୋଟ୍ ସାତ ବର୍ଷ ପୂର୍ତ୍ତି ଅବସରରେ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅଶୋକ ଚହ୍ଵାଣ କହିଛନ୍ତି, କେନ୍ଦ୍ର ସମସ୍ତ ନିର୍ଣ୍ଣୟ ନେବାର ଶକ୍ତି ନିଜ ପାଖରେ ରଖିଛି। ମାତ୍ର କୋଭିଡ୍-୧୯ ପ୍ରକୋପ ପରେ ରାଜ୍ୟ ସରକାରଙ୍କ ଉପରେ ସବୁ ଦୋଷ ଲଦୁଛି।

ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, ମୋଦୀ ସରକାରରେ ଆପଣଙ୍କ ପସନ୍ଦର ମନ୍ତ୍ରୀ କିଏ ? ଅଶୋକ ଚହ୍ଵାଣ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ତଥା ନାଗପୁର ସାଂସଦ ନୀତିନ ଗଡକରୀଙ୍କ ବିଷୟରେ ଭଲ ଶବ୍ଦ କୁହାଯାଇ ପାରିବ। ସେ ବୈଚାରିକ ମତଭେଦ ପରେ ମଧ୍ୟ ଅନ୍ୟ ଦଳ ସହ ଆଲୋଚନା କରି ଉଚିତ୍ ସମନ୍ଵୟ ରଖନ୍ତି। ଚହ୍ଵାଣ କହିଛନ୍ତି, ନୀତିନ ଗଡକରୀ ଭୁଲ୍ ପାର୍ଟିରେ ଜଣେ ଠିକ୍ ବ୍ୟକ୍ତି। ମହାରାଷ୍ଟ୍ର ପ୍ରତି ତାଙ୍କର ସକରାତ୍ମକ ଦୃଷ୍ଟିକୋଣ ରହିଛି। କିନ୍ତୁ ତାଙ୍କ ଶକ୍ତିକୁ କମ କରି ଦିଆଯାଉଛି।

ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ସଭାପତି  କହିଛନ୍ତି, ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ପ୍ରାୟ ୧୨.୨୧ କୋଟି ଲୋକ ନିଜର ରୋଜଗାର ହରାଇଲେଣି। ସ୍ଥିତି ଏମିତି ଯେ, ବାଂଲାଦେଶ ଲୋକଙ୍କ ମୁଣ୍ଡ ପିଛା ଆୟ ତୂଳନାରେ ଭାରତୀୟଙ୍କ ମୁଣ୍ଡପିଛା ଆୟ କମ ରହିଛି। କେନ୍ଦ୍ରର ନୀତି ଦେଶକୁ ଧ୍ଵଂସ କରି ଦେଇଛି। କେନ୍ଦ୍ରର ମହାରାଷ୍ଟ୍ର ପ୍ରତି ସହାୟତା ଓ ଜିଏସଟି କ୍ଷତିପୂର୍ତ୍ତି ସହିତ ସବୁ ମୋର୍ଚ୍ଚାରେ ଭେଦଭାବ କରୁଛି।

   Related Posts