Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରାଜ୍ୟ କଂଗ୍ରେସରେ ପୁଣି ନୂଆ ନିରଞ୍ଜନ ହଟାଓ ଭେଳିକି: ନିଜେ ନିରଞ୍ଜନ ନିଜକୁ ହଟାଇବାକୁ କରୁଛନ୍ତି କି ଷଡଯନ୍ତ୍ର? ଜାଣନ୍ତୁ ପୂରା ଖବର

30/10/2019 at 7:12 PM

ଭୁବନେଶ୍ବର୩୦|୧୦: ପୁଣି କଳି ଲାଗିଲେ କଂଗ୍ରେସ ନେତା । ପୁରୁଣା ରୋଗରେ ପୀଡ଼ିତ ହୋଇ ଆରମ୍ଭ ହୋଇଗଲା ସଭାପତି  ବିରୋଧୀ ଅଭିଯାନ । ଭୁବନେଶ୍ବର ପାନ୍ଥ ନିବାସରେ ରାଜ୍ୟ କଂଗ୍ରେସର ଏକ ଗୋଷ୍ଠୀ ବନ୍ଧୁ ମିଳନ ନାଁରେ ନିରଂଜନ ହଟାଅର ବିଗୁଲ ଫୁଙ୍କିଛନ୍ତି ।  ତେବେ ଏହି ବିଦ୍ରୋହ ପଛରେ କାହାର ଚାଲ୍ ରହିଛି? ଖୋଦ୍ ନିରଞ୍ଜନଙ୍କ ଗୋଟି ଚାଳନା ରହିଛି କି, ଏଭଳି ପ୍ରଶ୍ନ ବି ସାମ୍ନାକୁ ଆସିଲାଣି ।….

ଏଥର ଟିକେ ଅଲଗା।  କଳି ଲାଗିଛନ୍ତି କଂଗ୍ରେସ ନେତା । କିନ୍ତୁ ଯିଏ ଥିଲେ ଅନ୍ତରଙ୍ଗ ବନ୍ଧୁ ସିଏ ଏବେ ରଣ ହୁଙ୍କାର ଦେଇଛନ୍ତି ସେ ପୁଣି  ବନ୍ଧୁମିଳନ ନାଁରେ । କଥାଟା ଆଉ ବୁଲେଇଲେ କଣ ହେବ । ସୋମବାର ଆମେ କହିଥିଲୁ ଆଜି ସେୟା ହିଁ ଘଟିଥିଲା।  

ଭୁବନେଶ୍ବର ପାନ୍ଥ ନିବାସରେ ବିଦ୍ରୋହର ବିଗୁଲ୍ ଫୁଙ୍କିଛନ୍ତି କଂଗ୍ରେସ ନେତା ଓ କର୍ମୀ । ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବାକୁ ଦାବି କରିଛନ୍ତି । ଦଳର ଦୁର୍ବଳ ପ୍ରଦର୍ଶନ ଲାଗି ପିସିସିର ନବକେଳେବର ଦରକାର ବୋଲି କହିଛନ୍ତି ।

ଏହି ମେଳିରେ ଏକାଠି ହୋଇଥିଲେ ବାପି ସର୍ଖେଲ, ମୁରଲୀଧର ଜେନା,  ଅବଦୁଲ ବାରି, କୁମାର ଚିରଞ୍ଜିବୀ, ଅଶୋକ ସାମଲ, ସନତ ଦାସ ପ୍ରମୁଖ । ନିରଞ୍ଜନଙ୍କୁ ହଟାଇ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ରାଜ୍ୟ କଂଗ୍ରେସ ମୁଖିଆ ଭାର ଦେବାକୁ ଦାବି କରିଛନ୍ତି ଏମାନେ ।

ଏହି ବୈଠକ ଏହା ସ୍ପଷ୍ଟ କରୁଥିଲା, ଯେତିକି ଆସିଛନ୍ତି, ତାହାଠାରୁ ବେଶୀ ପ୍ରଚ୍ଛଦପଟରେ ଥାଇ ଗୋଟି ଚଳାଉଛନ୍ତି । ସନ୍ଦେହ  ମୋକିମଙ୍କ ଆଡ଼କୁ ତ ନିଶ୍ଚୟ ଯାଉଛି, ତାହା ସହ ଏହା ଖୋଦ୍ ନିରଞ୍ଜନଙ୍କ ଚାଲ୍ ବୋଲି ବି ଚର୍ଚ୍ଚା ହେଉଛି ।  

କାରଣ ଏହା କୁହାଯାଉଛି କି, ଏହି ବୈଠକରେ ଆସିଥିବା ଅଧିକାଂଶ ନେତା, କର୍ମୀ ନିରଞ୍ଜନ କ୍ୟାମ୍ଫର । ଏପରିକି ଖୋଦ୍ ମୋକିମ ମଧ୍ୟ ନିରଞ୍ଜନଙ୍କ ଖୁବ୍ ଘନିଷ୍ଠ । କଂଗ୍ରେସର ବିପର୍ଯ୍ୟୟ ପରେ ନିରଞ୍ଜନ ଯିବା ଏକରକମ ଥୟ ଥିବାରୁ, ସେ କ୍ଷମତାକୁ ନିଜ ଗୋଷ୍ଠୀ ହାତରେ ରଖିବାକୁ ‘ମୋତେ ହଟାଓ ମୋ ଅନୁଗତକୁ ରଖ’ ପ୍ଲାନ କରିଥିବା କୁହାଯାଉଛି ।

ମାନେ ଅଲେଖ ନିରଞ୍ଜନ। ଲେଖାରେ ସଭାପତି ସିନା ରହିବେନି କିନ୍ତୁ ଅଲେଖାରେ କାମ କରିବେ। ତେବେ ଏହି ବୈଠକକୁ ନେଇ ନିରଞ୍ଜନ କହିଛନ୍ତି ମେଳି ସଫଳ ହେଲେ ଖୁସୀ ହେବି ।

ଦିନକୁ ଦିନ ରାଜ୍ୟରେ ରସାତଳକୁ ଯାଉଛି କଂଗ୍ରେସର ପ୍ରଦର୍ଶନ । ନିର୍ବାଚନରେ ବିପର୍ଯ୍ୟୟ ପରେ ନିରଂଜନ ସଭାପତି ପଦରୁ ଇସ୍ତଫା ଦେଇଥିଲେ, ହେଲେ ଗୃହୀତ ହୋଇ ନ ଥିଲା । ଏବେ ରାଜ୍ୟ କଂଗ୍ରେସର ଏଭଳି ଆକ୍ଟିଭିଟି ଦେଖି ଏଆଇସିସି କଣ ନିଷ୍ପତ୍ତି ନେଉଛି, ତାହା ଆଗକୁ ଜଣା ପଡ଼ିବ ।

   Related Posts