କଂଗ୍ରେସ ନେତାଙ୍କ ବିବାଦୀୟ ଟ୍ଵିଟ୍, କହିଲେ- ଗରିବ ବିହାରୀ ତୁମେ ପୁଣି ମାଗଣା ଭ୍ୟାକସିନ ଲୋଭରେ ପଡିଗଲ

Published By : Prameya-News7 Bureau | November 10, 2020 IST

ନୂଆଦିଲ୍ଲୀ ୧୦।୧୧: ବିହାର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ବିଳମ୍ଵିତ ରାତି ସୁଦ୍ଧା ପରିଣାମ ଘୋଷଣା ହୋଇପାରେ। ବର୍ତ୍ତମାନ ଟ୍ରେଣ୍ଡରେ ଏନଡିଏ ସରକାର ଗଠନ କରିବାକୁ ଯାଉଛି। ହେଲେ ପ୍ରତି ମୁହୂର୍ତ୍ତରେ ନିର୍ବାଚନୀ ସମୀକରଣ ବଦଳିବାରେ ଲାଗିଛି। ଏହି ଟ୍ରେଣ୍ଡ ମଧ୍ୟରେ କଂଗ୍ରେସ ନେତା ଅର୍ଚ୍ଚନା ଡାଲମିଆ ଟ୍ଵିଟ୍ କରି ରାଜ୍ୟର ମତଦାତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଅଭିଯୋଗ ପ୍ରକୋଷ୍ଠର ସଭାପତି ଅର୍ଚ୍ଚନା ଡାଲମିଆ ଟ୍ଵିଟ୍ କରିଛନ୍ତି ଯେ, ଲାଗୁଛି ଗରିବ ବିହାରୀ ମାଗଣା ଭ୍ୟାକସିନର ଚକ୍କରରେ ପଡିଗଲେ।

ଅର୍ଚ୍ଚନା ଲେଖିଛନ୍ତି ଯେ, ବିହାରୀ ତୁମେ ପୁଣି ମିଥ୍ୟା ବାହାସ୍ପୋଟ୍ କଥାରେ ପଡିଗଲ। ଯଦି ୧୫ ଲକ୍ଷ ନୁହେଁ ତେବେ ମାଗଣା କରୋନା ଭ୍ୟାକସିନ ମାଗ, ଯଦି ମିଳେ ତେବେ ଆମେ ମଧ୍ୟ ବିହାର ଆସି ଟୀକା ଲଗାଇବୁ।

wp:html /wp:html

କଂଗ୍ରେସ ନେତା ଦ୍ଵାରା ଏହି ଧରଣର ଟ୍ଵିଟ୍ କରିବା ପରେ ଆମ୍ ଆଦମୀ ପାର୍ଟିର ବିଧାୟକ କଡା ପ୍ରତିକ୍ରିୟା ଦେଇଛନ୍ତି। ଦିଲ୍ଲୀର ଉତ୍ତମ ନଗର ବିଧାନସଭା ଆସନରୁ ବିଧାୟକ ନରେଶ ବାଲ୍ୟାନ କଂଗ୍ରେସ ନେତାଙ୍କୁ ଜବାବ ଦେଇ କହିଛନ୍ତି, ଏମିତିରେ ହିଁ କଂଗ୍ରେସ ମାଟିରେ ମିଶି ଯାଇଛି, ଦେଖନ୍ତୁ ନେତାଙ୍କ ଭାଷା କେମିତି।

ସଦ୍ୟତମ ଖବର ଅନୁଯାୟୀ ଏନଡିଏକୁ ୧୨୩ ଏବଂ ଆରଜେଡି ୧୧୩ଟି  ଆଗରେ ଚାଲିଛନ୍ତି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୨୨। ଟ୍ରେଣ୍ଡରେ ଏନଡିଏ ବହୁମତ ପାଇଥିଲେ ମଧ୍ୟ ମହାମେଣ୍ଟ ମଧ୍ୟରେ ସିଟ୍ ବ୍ୟବଧାନ କମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.