‘ବନ୍ଦ ପାଇଁ ବାଧ୍ୟ କରିପାରିବେନି କଂଗ୍ରେସ ନେତା କିମ୍ବା କର୍ମୀ, କୋର୍ଟଙ୍କ ନିର୍ଦେଶ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ’: ଭଦ୍ରକ ଏସପି

Published By : Prameya-News7 Bureau | November 11, 2021 IST

ଭଦ୍ରକ ୧୧/୧୧ : କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସାରା ରାଜ୍ୟ ଜଳୁଛି । ଏହାକୁ ନେଇ ଆସନ୍ତାକାଲି ଓଡିଶା ବନ୍ଦସ ଡାକରା ଦେଇଛି କଂଗ୍ରେସ । ତେବେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ବନ୍ଦ ନୁହେଁ କେବଳ ହରତାଳ କରିପାରିବେ । ତେବେ ଭଦ୍ରକରେ କଂଗ୍ରେସର ବନ୍ଦ ଡାକରା ପୂର୍ବରୁ ଏସ୍‌ପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବନ୍ଦ ପାଳନ ବେଳେ ହାଇକୋର୍ଟଙ୍କ ନିୟମ ମାନିବା ପାଇଁ ଅନୁରୋଧ କରାଯାଇଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ଲୋକଙ୍କୁ କେହି ବାଧା ଦେଇପାରିବେ ନାହିଁ । ବନ୍ଦ ପାଳନ ବେଳେ ରାଜନୈତିକ ଦଳର କର୍ମୀ ମାନେ ସାଧାରଣ ଲୋକଙ୍କୁ ଅଟକାଇପାରିବେ ନାହିଁ । ରାସ୍ତା ଘାଟ, କୌଣସି ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ପାଇଁ ବାଧ୍ୟ କରିପାରିବେ ନାହିଁ । ଏହା ସହିତ ରେଳ ରୋକ ମଧ୍ୟ କରିପାରିବେ ନାହିଁ । ଏହି ନିୟମ ଆମାନ୍ୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.