Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଅମର ପ୍ରଧାନ କହିଲେ କଂଗ୍ରେସରେ ଭିଲିଆନ ଅଛନ୍ତି, ସାଲୁଜା କହିଲେ ସବୁ କଂଗ୍ରେସ ନେତା ହୀରୋ… ଜାଣନ୍ତୁ ପୂରା ଖବର

7/09/2019 at 5:59 PM

ଭୁବନେଶ୍ବର ୭|୯: କଂଗ୍ରେସର ପୁରୁଣା ରୋଗ ପୁଣି ବାହାରିଲା । ନିରଞ୍ଜନଙ୍କ ଗାଦି ରହିବା ପରେ ଆଜି ବିସ୍ପୋରକ ବୟାନ ଦେଇଛନ୍ତି ବରିଷ୍ଠ ନେତା ଅମର ପ୍ରଧାନ। କହିଛନ୍ତି ଦଳରେ ଭିଲିଆନ ଅଛନ୍ତି, ଯିଏ ସରାକାରୀ ଦଳ ସହ ହାତ ମିଳାଇ କଂଗ୍ରେସର ଧ୍ବଂସ କରୁଛନ୍ତି । କିନ୍ତୁ କାହାରି ନାଁ ନେଇନାହାନ୍ତି ଏହି ବରିଷ୍ଠ ନେତା । ପୂର୍ବତନ ମନ୍ତ୍ରୀ ଶରତ ରାଉତ ନିଆଁରେ ଘିଅ ଢ଼ାଳିଥିବାବେଳେ ବିଧାୟକ ସନ୍ତୋଷ ସିଂହ ସାଲୁଜା ପାଣି ପକାଇବାକୁ ଉଦ୍ୟମ କରିଛନ୍ତି ।

କଂଗ୍ରେସରେ କିଏ ଭିଲିଆନ ?  କିଏ ଶାସକ ଦଳ ସହ ହାତ ମିଳାଇ କଂଗ୍ରେସକୁ ଧ୍ବଂସ ଆଡକୁ ଟାଣି ନେଉଛନ୍ତି ?  କାହାକୁ ଇଙ୍ଗିତ କରିଛନ୍ତି ବରିଷ୍ଠ ନେତା ଅମର ପ୍ରଧାନ ?  ଏମିତି ପ୍ରଶ୍ନ ଏବେ କଂଗ୍ରେସ ଶିବିରରେ ହଇଚଇ କରୁଛି । ଅମର କହିଛନ୍ତି, କିଛି ବରିଷ୍ଠ କଂଗ୍ରେସ ନେତା ଆଗରେ ରହି ବିଜେଡି ସହ ହାତ ମିଳାଇଛନ୍ତି ।

କଂଗ୍ରେସକୁ ଧ୍ବଂସ କରୁଛନ୍ତି । ସେହି ନେତାଙ୍କ ପାଇଁ ନିର୍ବାଚନରେ ଦଳ ବିପର୍ଯ୍ୟୟର ସାମ୍ନା କଲା । କଂଗ୍ରେସ ଲୋକ ଭଲଭାବେ ଜାଣିଛନ୍ତି କିଏ ସେ ଭିଲିଆନ, କିନ୍ତୁ ଡରରେ କେହି ମୁହଁ ଖୋଲୁନାହାନ୍ତି । ପ୍ରଭାରୀଙ୍କୁ କହିସାରିଛନ୍ତି, ଖୁବଶୀଘ୍ର ସୋନିଆ ଗାନ୍ଧୀଙ୍କ ଆଗରେ ଭିଲିଆନଙ୍କ ମୁଖା ଖୋଲିବେ ବୋଲି ଚେତାବନୀ ଦେଇଛନ୍ତି ।     

ଅମରଙ୍କ ଭିଲିଆନ ଥିଓରୀ ନିଆଁରେ ଘିଅ ଢ଼ାଳିଛନ୍ତି ପୂର୍ବତନ ମନ୍ତ୍ରୀ ଶରତ ରାଉତ । କହିଛନ୍ତି, କେବଳ ଆଗରେ ନୁହେଁ ପଛରେ ବି ଭିଲିଆନ ଅଛନ୍ତି । ଏମାନଙ୍କୁ ଚିହ୍ନଟ କରି ବହିଷ୍କାର କରାଯିବା ଦରକାର । ନ​‌ଚେତ ହାଇକମାଣ୍ଡଙ୍କ କିଛି ଯୋଜନା ଓଡିଶାରେ କାମ ଦେବନି ବୋଲି ସେ ସତର୍କ କରାଇଦେଇଛନ୍ତି । ବିଧାୟକ ସନ୍ତୋଷ ସିଂ ସାଲୁଜା କିନ୍ତୁ ଏହାକୁ ମାନିବାକୁ ନାରାଜ । କହିଛନ୍ତି, ଦଳରେ କେହି ଭିଲିଆନ ନାହାନ୍ତି,  ସମସ୍ତେ ହିରୋ ।

ରାଜ୍ୟରେ କଂଗ୍ରେସ ନେତା କାଦୁଆ ଫିଙ୍ଗାଫିଙ୍ଗିରେ ବ୍ୟସ୍ତ ଥିବାବେଳେ ଆସନ୍ତା ୧୨ ତାରିଖରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏଆଇସିସି ସଦସ୍ୟ, ପିସିସି ସଭାପତି ଏବଂ ବିଧାୟକ ଦଳ ନେତାଙ୍କ ବୈଠକ ଡାକିଛନ୍ତି ।

   Related Posts