କଂଗ୍ରେସ ନେତା ଅମର ପ୍ରଧାନ ଦେଲେ ବିସ୍ଫୋରକ ବୟାନ, କହିଲେ କଂଗ୍ରେସ ଭିତରେ ଅଛନ୍ତି ଭିଲିଆନ

Published By : Prameya-News7 Bureau | September 07, 2019 IST

ଭୁବନେଶ୍ବର ୭।୯: କଂଗ୍ରେସ ନେତା ଅମର ପ୍ରଧାନ ବିସ୍ଫୋରକ ଦେଇଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଭିତରେ ଭିଲିଆନ ଅଛନ୍ତି । ଯିଏ କି କଂଗ୍ରେସ ଭିତରେ ଥାଇ ସରକାରୀ ଦଳ ସହ ହାତ ମିଳାଇଛନ୍ତି । କଂଗ୍ରେସ ନେତାଙ୍କୁ ମଧ୍ୟ ଗିରଫ କରାଉଛନ୍ତି । ସୋନିଆ ଗାନ୍ଧିଙ୍କ ଆଗରେ ଭିଲିଆନଙ୍କ ଖୁଲାସା କରିବେ ବୋଲି ଅମର କହିଛନ୍ତି । ଏ ନେଇ ସେ ସୋନିଆଙ୍କୁ ସମୟ ମାଗିବେ ବୋଲି ସୂଚନା ଦେବା ସହ ସମସ୍ତ ଘଟଣା ପ୍ରକାଶ କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟ କଂଗ୍ରେସର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ଦଳ ଭିତରେ ଶୃଙ୍ଖଳା ମଧ୍ୟ ଦୋହଲିଯାଇଥିବା ଆଲୋଚନା ହେଉଛି । ସାଧାରଣ ନିର୍ବାଚନରେ ପରାଜୟ ପରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ମଧ୍ୟ ତାକୁ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି ଅଗ୍ରାହ୍ୟ କରିଦେଇଛନ୍ତି । ଏଭଳି ସ୍ଥିତିରେ ଦଳରେ ସୃଷ୍ଟି ହେଉଥିବା ଅସନ୍ତୋଷ ଓ ବିଶୃଙ୍ଖଳାକୁ କିଭଳି ପରିଚାଳନା କରାଯିବ ତାହା ଦଳର ସଭାପତିଙ୍କ ପାଇଁ ବଡ ଆହ୍ବାନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.