କଂଗ୍ରେସ ସାଂସଦ ଅହମଦ ପଟେଲ କରୋନାରେ ସଂକ୍ରମିତ

Published By : Prameya-News7 Bureau | October 01, 2020 IST

ନୂଆଦିଲ୍ଲୀ ୦୧/୧୦: କଂଗ୍ରେସ ଦଳର ବରିଷ୍ଠ ସାଂସଦ ଅହମଦ ପଟେଲ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ସେ ଘରେ ଏକାନ୍ତବାସରେ ରହିଛନ୍ତି। ତେବେ​‌ ଏ ବାବଦରେ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି, ‘କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଆଇସୋଲେସନରେ ରହିଛି। ନିକଟରେ ​‌ଯେ କେହି ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଟ୍ କରି ଦିଅନ୍ତୁ ।’

wp:core-embed/twitter {"url":"https://twitter.com/ahmedpatel/status/1311611453376323584","type":"rich","providerNameSlug":"twitter","className":""}
https://twitter.com/ahmedpatel/status/1311611453376323584
/wp:core-embed/twitter

ସୂଚନାଯୋଗ୍ୟ ଦେଶରେ ଏବେ କରୋନା ସଂକ୍ରମଣ ବଢ଼ି ଛାଲିଛି। ମୌସୁମୀ ଅଧିବେଶନ ସମୟରେ ୩୦ରୁ ଅଧିକ ସାଂସଦ କରୋନାରେ ସଂକ୍ରମିତ ହୋଇ ଥିଲେ। ଦୁଇ ଦିନ ତଳେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ସହ ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏପରିକି କେନ୍ଦ୍ର ମନ୍ତ୍ରୀ ସୁରେଶ ଅଙ୍ଗାଡୀ କରୋନାରେ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.