କରୋନାରେ ବିଗିଡିଲା ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସ୍ଵାସ୍ଥ୍ୟ, ମେଦାନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି

Published By : Prameya-News7 Bureau | November 15, 2020 IST

ନୂଆଦିଲ୍ଲୀ ୧୫।୧୧: କଂଗ୍ରେସ ପାର୍ଟିର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିଛି। ତାଙ୍କୁ ମେଟ୍ରୋ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁରେ ରଖାଯାଇଛି। ଅହମ୍ମଦ ପଟେଲ ଅକ୍ଟୋର ପ୍ରଥମ ସପ୍ତାହରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଅକ୍ଟୋବର ୧ରେ ଟ୍ଵିଟ୍‌ ଜରିଆରେ କରୋନା ସଂକ୍ରମିତ ହୋଇଥିବା ସେ ସୂଚନା ଦେଇଥିଲେ। ରାଜ୍ୟସଭା ସାଂସଦ ନିକଟରେ ତାଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ନିଜକୁ କ୍ଵାରେଣ୍ଟାଇନ୍ ରଖିବାକୁ ଅପିଲ୍ କରିଥିଲେ।

wp:html /wp:html

କଂଗ୍ରେସରେ ମଜବୁତ ନେତୃତ୍ଵ ଗଠନ ନେଇ ଅଗଷ୍ଟରେ ଚିଠି ବିବାଦ ଦେଶ ରାଜନୀତିକୁ ଖୁବ୍ ସରଗରମ କରିଥିଲା। ସିଡବ୍ଲ୍ୟୁସିର ବୈଠକରେ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ଆନନ୍ଦ ଶର୍ମାଙ୍କ ଉପରେ ଚିଠି ଲେଖିଥିବା ଅଭିଯୋଗ କରିଥିଲେ। ସେ ଦୁଃଖ ପ୍ରକାଶ କରି କହିଥିଲେ ଯେ, ଗୁଲାମ ନବି ଆଜାଦ, ମୁକୁଲ ଓ୍ଵାସନିକ ଓ ଆନନ୍ଦ ଶର୍ମଙ୍କ ପରି ବରିଷ୍ଠ ନେତା ଉକ୍ତ ଚିଠିରେ  ହସ୍ତାକ୍ଷର କରିଥିବା ଲୋକଙ୍କ ମଧ୍ୟରେ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.