କଂଗ୍ରେସ ଜାରି କଲା ନୂଆ ନିର୍ବାଚନୀ ନାରା "ଅବ ହୋଗା ନ୍ୟାୟ"

Published By : Prameya-News7 Bureau | April 07, 2019 IST

ନୂଆଦିଲ୍ଲୀ ୭/୪ : ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନିର୍ବାଚନୀ ନାରା ଜାରି କରିଛି | କଂଗ୍ରେସର ଏହି ନାରା ହେଲା "ଅବ ହୋଗା ନ୍ୟାୟ" | କଂଗ୍ରେସ ନେତା ଆନନ୍ଦ ଶର୍ମା ସୂଚନା ଦେଇଛନ୍ତି ଯେ, କଂଗ୍ରେସର ପ୍ରଚାର ଅଭିଯାନ "ନ୍ୟାୟ" ନାଁରେ କରାଯିବ | ଏହି ଶବ୍ଦ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶୃତି କରୁଛି | କଂଗ୍ରେସ ପ୍ରଚାର ଅଭିଯାନର ଏହି ଥିମ ଗୀତକୁ ଜାଭେଦ ଅଖାତର ଲେଖିଛନ୍ତି | ନିଖିଳ ଆଡ଼ଭାନୀ ଏହାର ଭିଡିଓ ରେକଡିଂ କରିଛନ୍ତି |

{"id":101218}


ସୂଚନାଯୋଗ୍ୟ ଯେ, କଂଗ୍ରେସର ନିର୍ବାଚନୀ ନାରାକୁ ନେଇ ଆପତ୍ତି ଦର୍ଶାଇଛନ୍ତି | ନିର୍ବାଚନ ଆୟୋଗର ଆପତ୍ତି ପରେ କଂଗ୍ରେସ ନିଜ ନିର୍ବାଚନୀ ଅଭିଯାନ ଗୀତରୁ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଲାଇନ କାଟି ଦେଇଥିଲା |

wp:html
/wp:html


କଂଗ୍ରେସ ସୂଚନା ଅନୁଯାୟୀ, ଏହି ଗୀତ ଦଳର ନ୍ୟାୟ ଯୋଜନାକୁ ଦର୍ଶାଇବା ପାଇଁ ତିଆରି କରାଯାଇଛି | ଗୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧ ଏବଂ ତାଙ୍କ କାର୍ଯ୍ୟକାଳ ଓ ନୀତିକୁ ନେଇ ମନ୍ତବ୍ୟ ପ୍ରକାଶ କରାଯାଇଥିଲା | ନିର୍ବାଚନ ଆୟୋଗ ଏହି ଗୀତ ଶୁଣିବା ପରେ ଆପତ୍ତି ଦର୍ଶାଇ ଗୀତକୁ ବଦଳାଇବା ପାଇଁ ନିର୍ଦେଶ ଦେଇଥିଲେ | ଆୟୋଗର ଆପତ୍ତିକୁ ନଜରରେ ରଖି ଦଳ ଆପତ୍ତିଜନକ ଲାଇନକୁ ସୁଧାରି ଦେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.