କଂଗ୍ରେସ କାର୍ଯ୍ୟାଳୟରେ ରକ୍ତାକ୍ତ ସଂଘର୍ଷ, ୩ ଗୁରୁତର

Published By : Prameya-News7 Bureau | February 17, 2020 IST

ପୁରୀ ୧୭।୦୨ ପୁରୀ କଂଗ୍ରେସ କାର୍ଯ୍ୟାଳୟରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁ ମୁହିଁ । ସାମ୍ବାଦିକ ସମ୍ମିଳନୀ ସମୟରେ ଯୁବ କଂଗ୍ରେସର ଦୁଇ ଗୋଷ୍ଠୀମଧ୍ୟରେ ମାର ପିଟ୍‌ ହୋଇଥିବା ସୂଚନା ।

ଲୁହାଛଡ ଧରି ପରସ୍ପରକୁ ଆକ୍ରମଣ କରିଥିବା ଅଭିଯୋଗ । ଏହି ରକ୍ତାକ୍ତ ସଂଘର୍ଷରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁମ୍ଭାରପଡା ପୁଲସି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଜଣଙ୍କୁ ଅଟକ ରଖିଛି। ଏହି ସଂଘର୍ଷ ସମୟରେ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତିଙ୍କ ସହ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.