Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

Covidରେ କଂଗ୍ରେସ ସାଂସଦ ଏଚ୍.ବସନ୍ତ କୁମାରଙ୍କ ପରଲୋକ, ପ୍ରଧାମନ୍ତ୍ରୀଙ୍କ ଶୋକ

28/08/2020 at 8:24 PM

ଚେନ୍ନାଇ ୨୮।୮: ତାମିଲନାଡୁ କନ୍ୟାକୁମାରୀ ସାଂସଦ ଏଚ୍. ବସନ୍ତ କୁମାରଙ୍କର କରୋନାରେ ମୃତ୍ୟୁ ହୋଇଛି। କରୋନା ଆକ୍ରାନ୍ତ ସାଂସଦଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଚେନ୍ନାଇର ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାଂସଦଙ୍କ ମୃତ୍ୟୁରେ କଂଗ୍ରେସ ଶୋକ ପ୍ରକଟ କରିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ କରି ବସନ୍ତ କୁମାରଙ୍କ ସ୍ମୃତି ଚାରଣ କରିବା ସହ ବିୟୋଗରେ ଅପୂରଣୀୟ କ୍ଷତି ହେଲା ବୋଲି ଉଲ୍ଲେଖ କରିଛନ୍ତି।

ତାଙ୍କପାର୍ଟି ମଧ୍ୟ ସମାନ ଶୋକ ପ୍ରକଟ କରିଥିବା ବେଳେ ତାଙ୍କ ଅସମୟ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ବୋଲି ଉଲ୍ଲେଖ କରିଛି। ଦୁଃଖର ଏହି ସମୟରେ ତାଙ୍କ ପରିବାର ପ୍ରତି ଦଳ ସମବେଦନା ଜ୍ଞାପନ କରିଛି।  ବସନ୍ତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ସାଂସଦ ନିର୍ବାଚିତ ହୋଇଥିଲେ।

ବ୍ୟବସାୟ ଓ ସମାଜ ସେବାରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ ଥିଲା। କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ସେ ବେଶ ଲୋକପ୍ରୀୟ ଥିଲେ। ତେବେ କୋଭିଡ ଆକ୍ରାନ୍ତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ହୋଇଥିଲା। ସେ ନିମୋନିଆରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିବା ବେଳେ ବସନ୍ତଙ୍କ ପରଲୋକ ହୋଇଛି।

   Related Posts