ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଜନସମ୍ପର୍କ ଯାତ୍ରା: ବୁଥସ୍ତରରୁ କଂଗ୍ରେସକୁ ମଜବୁତ ଯୋଜନା
3/10/2018 at 5:42 PM

ଭୁବନେଶ୍ବର ୩|୧୦: ବୁଥସ୍ତରରୁ କଂଗ୍ରେସକୁ ମଜବୁତ କରିବାକୁ ଅଣ୍ଟା ଭିଡିଲା ପିସିସି। ଉପସଭାପତି ଏବଂ ସାଧରଣ ସମ୍ପାଦକଙ୍କୁ ଗୋଟିଏ ଗୋଟିଏ ଜିଲ୍ଲା ଦାୟୀତ୍ବ ସହ ଛମୁଆ ସଙ୍ଗଠନ ଦାୟୀତ୍ବ ଦିଆଯାଇଛି। ଏହା ସହ ଯିଏ କଂଗ୍ରେସ ପ୍ରାର୍ଥୀ ହେବାକୁ ହେଲେ ପ୍ରୋଯେକ୍ଟ ଶକ୍ତି ଜରିଆରେ ୧୦ ହଜାର ମେମ୍ବର କରିବାକୁ ଟାର୍ଗେଟ ଦିଆଯାଇଛି । ନଚେତ ଟିକେଟ ଦିଆଯିବିନି ବୋଲି ଚେତାବନି ଦିଆଯାଇଛି। ଏହା ସହ ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଜନସମ୍ପର୍କ ଯାତ୍ରା …
ଚୂଡାନ୍ତା ହେଲା ଟିକେଟ ଏବେ ବୁଥକୁ ଯାଅ। ବୁଥର ଲୋକଙ୍କୁ କଂଗ୍ରେସ ସହ ଯୋଡ। ଜିଲ୍ଲାରେ ୧୫ ଦିନ ରୁହ। ମେମ୍ବର ବଢ଼ାଅ। ଆଜି ଏଭଳି ନିଷ୍ପତି ନେଇଛି କଂଗ୍ରେସ।କଂଗ୍ରେସ ଭବନରେ ପିସିସି ଉପସଭାପତି ଏବଂ ସାଧାରଣ ସମ୍ପାଦକଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତି ନେଇଛି କଂଗ୍ରେସ। ଉପସଭାପତି ଏବଂ ସାଧରଣ ସମ୍ପାଦକଙ୍କୁ ଗୋଟିଏ ଗୋଟିଏ ଜିଲ୍ଲାର ଦାୟୀତ୍ବ ଦିଆଯାଇଛି। ଏହା ସହ ମହିଳା ସଙ୍ଗଠନ, ଅନୁସୂଚିତ ଜାତି ଓ ଜନଜାତି, ଛାତ୍ର, ଯୁବକଙ୍କୁ ଏବଂ ଏସଏଚଜି ଗ୍ରୁପଂ ର ଭାର ବି ନେବେ। ପ୍ରତିମାସରେ ପ୍ରଥମ ୩ ଦିନରେ ଜିଲ୍ଲାରେ କଣ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ତାର ତାଲିକା ପିସିସିକୁ ଦେବେ। କଂଗ୍ରେସର ଟିକେଟ ନେବା ପାଇଁ ଯେଉଁମାନେ ଆଗ୍ରହୀ ସେମାନେ ପ୍ରୋଯେକ୍ଟ ଶକ୍ତି ଜରିଆାରେ ସେମାନେ ସବନିମ୍ନ ୧୦ହଜାର ମେମ୍ବର କରିବେ ନଚେତ ଟିକେଟ ପାଇଁ ବିବେଚିତ ହେବେ ନାହିଁ। ଏପରିକି ଯେଉଁ ୪୪ଜଣଙ୍କ ନାମ ଚୂଡାନ୍ତ ହୋଇଛି ତାଙ୍କଉପରେ ଏହା ଲାଗୁ ହେବ ବୋଲି ଚେତାବନୀ ଶୁଣାଇଛନ୍ତି ରାଜ୍ୟକଂଗ୍ରେସ ପ୍ରଭାରି ଜିତେନ୍ଦ୍ର ସିଂ।
ଆସନ୍ତା କାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଜନସମ୍ପର୍କ ଯାତ୍ରା। ଗୋଟିଏ ବସରେ ସାରା ରାଜ୍ୟ ବୁଲିବେ କଂଗ୍ରେସ ନେତା। ପ୍ରଥମେ ବାଲେଶ୍ବରରୁ ଏହି ଯାତ୍ରା ଆରମ୍ଭ କରିବ କଂଗ୍ରେସ। ଚିଣ୍ତଗଡରୁ ଆସିଥବା ସ୍ବତନ୍ତ୍ର ବସକୁ ସଜ୍ଜାଯାଇଛି। ପିସିସି ସଭାପତି, କାର୍ଯ୍ୟକାରୀ ସଭାପତି ସମେତ ଜିଲ୍ଲାର ବରିଷ୍ଠ ନେତା ମାନେ ଗୋଟିଏ ବସରେ ଏକାଠି କାଲି ସାଢ଼େ ୧୦ଟାରେ କଂଗ୍ରେସ ଭବନରୁ ବାହାରି ବାଲେଶ୍ବର ଯାଇ ଗାଁ ଗାଁ ବୁଲିବେ। ବିଜେଡି ସରକାର ଦୁର୍ନୀତି ଏବଂ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି କେମିତି ପାଣିଗାର ପାଲଟିଛି ତାହା ଲୋକଙ୍କୁ ସଚେତନତା କରିବେ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ସାଧରଣ ନିର୍ବାଚନ ଆଉମାତ୍ର ୬ମାସ ଥିବାରୁ ଥିବାରୁ କଂଗ୍ରେସ ବୁଥସ୍ତରରୁ ସଙ୍ଗଠନକୁ ମଜବୁତ କରିବା ସହ କଂଗ୍ରେସରେ ମେମ୍ବର କେମିତି ବଢ଼ିବେ ସେ ନେଇ କଂଗ୍ରେସ ପକ୍ଷରୁ ଅଧିକ ଧ୍ୟାନ ଦିଆଯାଉଛି। ଏହା ସହ ଲୋକଙ୍କ ପାଖରେ ପହଞ୍ଚିବା ଜନସମ୍ପର୍କ ଯାତ୍ରା କରି ଲୋକଙ୍କୁ ଯୋଡିବା ପାଇଁ କଂଗ୍ରେସ ଯୋଜନା କରିଛି।