୧୪ ତାରିଖରୁ କଂଗ୍ରେସର ଦ୍ବିତୀୟ ପଯ୍ୟାୟ ଜନଜାଗରଣ ଯାତ୍ରା: ଗାଡି ବୁଲିବ ମୟୂରଭଂଜରେ

Published By : Prameya-News7 Bureau | November 07, 2018 IST

ଭୁବନେଶ୍ବର ୭|୧୧: ଏଥର କଂଗ୍ରେସର ଫୋକସରେ ମୟୁରଭଞ୍ଜ । ବାଲେଶ୍ବରରେ ଜନ ଜାଗରଣ ସଫଳତା ପରେ କଂଗ୍ରେସର ଦ୍ବିତୀୟ ପଯ୍ୟାୟ ଜନଜାଗରଣ ଯାତ୍ରା ୧୪ ତାରିଖରୁ ମୟୁରଭଞ୍ଜ ଜିଲ୍ଲାରୁ ଆରମ୍ଭ କରିବ । ପିସିସି ସଭାପତି ଏହି ସୂଚନା ଦେଇଛନ୍ତି । ଏହି ଯାତ୍ରା ତିନି ଦିନ ଧରି ମୟୁରଭଞ୍ଜର ବିଭିନ୍ନ ନିର୍ବାଚନ ମଣ୍ଡଳି ବୁଲିବ । ପିସିସି ସଭାପତିଙ୍କ ସମେତ ରାଜ୍ୟର କଂଗ୍ରେସର ବରିଷ୍ଠ ନେତା ଲୋକଙ୍କୁ ପାଖକୁଯିବେ । ପୂର୍ବରୁ ବାଲେଶ୍ବରରେ ଜନଜାଗରଣ ଯାତ୍ରା କରିଥିଲା କଂଗ୍ରେସ । ସୂଚନାଯୋଗ୍ୟ ଯେ, ପଞ୍ଚାୟତ ନିର୍ବାଚନ ଫଳାଫଳରୁ ଜମାପଡିଥିଲା ଯେ, ତୃମମୂଳ ସ୍ତରରେ କଂଗ୍ରେସ ଦୁର୍ବଳ ହୋଇ ଆସୁଛି ।୨୦୧୪ ସାଧାରମ ନିର୍ବାଚନରେ ଦଳ ଦ୍ବିତୀୟ ସ୍ଥାନରେ ଦଳ ଥିବା ବେଳେ ପଞ୍ଚାୟତ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ାସିଥିଲା । ନିରଂଜନ ପଟ୍ଟନାୟକ ପିସିସି ସବାପତି ଦାୟିତ୍ବ ନେବା ପରେ ଦଳକୁ ପୁଣି ତୃଣମୂଳ ସ୍ତରରେ ସକ୍ରୀୟ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।ନିରଂଜନ ପଟ୍ଟନାୟକ ଦାୟିତ୍ବ ନେବାର କିଛି ଦିନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଜୋର ସୋର ରେ ଚାଲିଥିଲା । ହେଲେ ବର୍ତ୍ତମାନ ପୁଣି ଦଳ ଟିକେ ଧିମା ପଡିଯାଇଛି । ଫଳରେ ଜନଯାଗରଣ ଯାତ୍ରାଭଳି କାର୍ଯ୍ୟକ୍ରମ ପୁଣି ଦଳକୁ ସତେଜ କରିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.