ଝାରସୁଗୁଡାରେ କଂଗ୍ରେସର ଜାଗରଣ ଯାତ୍ରା: ନିରଂଜନ କହିଲେ ଦୁଇବର୍ଷ ଭିତରେ ବିଜେଡିର ଅବସ୍ଥା ଖରାପ ହେବାକୁ ଯାଉଛି , ନବ ବିଜେଡିରେ ମିଶିବା କଥା ମିଡିଆର ମନଗଢା କଥା

Published By : Prameya-News7 Bureau | December 15, 2018 IST

wp:core-embed/youtube {"url":"https://www.youtube.com/watch?v=z-NnnlR3Ois","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=z-NnnlR3Ois
/wp:core-embed/youtube

ଝାରସୁଗୁଡା ୧୫|୧୨: ଝାରସୁଗୁଡାରେ କଂଗ୍ରେସର ଜାଗରଣ ଯାତ୍ରାରେ କେବଳ ଜନତାଙ୍କୁ  କାହିଁକି ଦଳୀୟ ନେତାଙ୍କୁ ମଧ୍ୟ ଜଗେଇବାକୁ ଚେଷ୍ଟା କରୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଝାରସୁଗଡ଼ା ବିଧାୟକ  ତଥା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବ ଦାସ ଆଗକୁ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ସମ୍ପର୍କରେ ଭବିଷ୍ୟବାଣୀ କରି ନବବାବୁଙ୍କୁ ଚେତାଇବାକୁ ଚେଷ୍ଟା କରିଛନ୍ତି ନିରଞ୍ଜନ । ଜାଗରଣ ଯାତ୍ରା ବେଳେ ନିରଂଜନ କହିଛନ୍ତି ଯେ, ଆଗାମୀଦୁଇବର୍ଷ ମଧ୍ୟରେ ବିଜେଡିର ସ୍ଥିତି ଅତ୍ୟନ୍ତ ଖରାପ ହେବାକୁ ଯାଉଛି । ନବ ଦାସ ବିଜେଡିରେ ଯୋଗଦେବାକୁ ଯାଉଥିବା ସମ୍ପର୍କରେ ସେ କହିଛନ୍ତି ସେ ଭଳି କୌଣସି ଖବର ତାଙ୍କ ପାଖରେ ନାହିଁ । ଏହା କେବଳ ମିଢିଆର ମନଗଢା କଥା । 

{"id":64026}

 ବିଜେଡି ସମ୍ପର୍କରେ ଇଏ ହେଉଛି ରାଜ୍ୟ କଂଗ୍ରେସ ସଭାପତିଙ୍କ ଭବଷ୍ୟବାଣୀ । ଜାଗରଣ ଯାତ୍ରା କରି ଜନସାଧାରଣଙ୍କୁ ଜଗାଇବାକୁ ଚେଷ୍ଟା କରୁଥିବା କଂଗ୍ରେସ ମୁଖିଆଏମିତି ଭବିଷ୍ୟବାଣୀ କରି ନିଜ ଦଳର ନେତାଙ୍କୁ ମଧ୍ୟ ଚେତାଇବାକୁ ଚାହୁଁଛନ୍ତି । ଝାରସୁଗଡ଼ା ବିଧାୟକ  ତଥା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବ ଦାସ ଆଗକୁ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଖୋଦ୍‌ ତାଙ୍କରି ନିର୍ବାଚନ ମଣ୍ଡଳୀରେଠିଆ ହୋଇ ବିଜେଡି ସମ୍ପର୍କରେ ନିରଞ୍ଜନଙ୍କ ଏଭଳି ଭବିଷ୍ୟବାଣୀର ମାନେ କ’ଣ ହୋଇପାରେ ? ଏୟା ଯେ,ଯେଉଁ ନେତାମାନେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବାକୁ ଚିନ୍ତା କରୁଛନ୍ତି ସେମାନଙ୍କୁ ସଚେତନ କରିବା। ନହେଲେ କ’ଣ ନିରଞ୍ଜନବାବୁ  ସବୁ ଜାଣି ବି ମିଡିଆଆଡ଼କୁ ଦୋଷ ଠେଲିଥାନ୍ତେ କି ? ଖାଲି କ’ଣ ନିରଞ୍ଜନ ମଉକା ଦେଖି ନବବାବୁ ମଧ୍ୟ ସବୁ ମିଡିଆର ପ୍ରଚାରକହି କ୍ଲିନ୍‌ କଂଗ୍ରେସ ମ୍ୟାନର ପରିଚୟ ଦେବାକୁ ବି ଭୁଲିନଥିଲେ । 

{"id":64027}

ଝାରସୁଗୁଡ଼ାରେ କଂଗ୍ରେସର ଜାଗରଣ ଯାତ୍ରାରେ ପ୍ରଥମ କରି ବିଧାୟକ ନବବାବୁ ନିଜ ପୁଅକୁ ମଧ୍ୟ ସାମିଲ କରାଇଥିଲେ । ଆଉ ଏହି ଅବସରରେ ଉପସ୍ଥିତି ଥିବା ଏଆଇସିସି ସମ୍ପାଦକ ମସ୍ତାନ ଅଲ୍ଲୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ । ଏମିତିରେ ମସ୍ତାନ ମଧ୍ୟ ନବବାବୁଙ୍କ ପଲିଟିକାଲ କ୍ୟାରିୟର ବଖାଣି ତାଙ୍କୁ ଉତ୍ସାହିତ କରିବା ମଉକାକୁ ହାତଛଡ଼ା କରିନାହାନ୍ତି । 

{"id":64028}

ଏପଟେ ପିସିସି ସଭାପତିଙ୍କ ଜାଗରଣ ଯାତ୍ରାର ୨୪ଘଣ୍ଟା ନ ପୁରୁଣୁ ଜାଗି ଉଠିଥିଲେ ନବ ଦାସ । ଆଉ ଏକ ପ୍ରେସ୍‌ରିଲିଜ୍‌ ଜାରି କରି ତାଙ୍କର କଂଗ୍ରେସ ଛାଡ଼ିବାର ନାହିଁ ବୋଲି ସ୍ପଷ୍ଟୀକରଣ ଦେବାକୁ ଚେଷ୍ଟା କରିଥି​‌ଲେ। ଆଗକୁ କେଉଁ ପାଣି କୁଆଡ଼େ ଗଡ଼ୁଛି ତାହା କେବଳ ଦେଖିବାର କଥା । 

{"id":64029}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.