Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ବିହାର ପରାଜୟ ପରେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରି ଅଡୁଆରେ କଂଗ୍ରେସ ନେତା ଫୁରକାନ୍ ଅନସାରୀ, ଦଳ ପଠାଇଲା କାରଣ ଦର୍ଶାଅ ନୋଟିସ୍

20/11/2020 at 10:08 AM

ପାଟନା, ୨୦।୧୧:  ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏହା ପରେ ଦଳର ଅନେକ ବରିଷ୍ଠ ନେତା ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାପରେ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି । ଦଳର ଅସନ୍ତୁଷ୍ଟ ନେତା ବିହାର ପରାଜୟ ପାଇଁ ଶୀର୍ଷ  ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ପରେ ଦଳ ଏହି ଅସନ୍ତୁଷ୍ଟ ନେତାଙ୍କ ବିରୋଧରେ ଆକ୍ସନ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏହାସହ ପୂର୍ବତନ ସାଂସଦ  ଫୁରକାନ ଅନସାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

କଂଗ୍ରେସର ଶୋଚନୀୟ ପରାଜୟ ପରେ ବିହାରରେ ଦଳୀୟ ଅସନ୍ତୋଷ ତୀବ୍ର ହୋଇଥିଲା । ବରିଷ୍ଠ ନେତାମାନେ ଶୀର୍ଷ ନେତୃତ୍ୱ ଉପରେ ଆଙ୍ଗୁଳି ଉଠାଇଥିଲେ । ବରିଷ୍ଠ ନେତା ଫୁରକାନ ଅନସାରୀ ସିଧାସଳଖ ଭାବେ ଅସନ୍ତୋଷ ଜାହିର କରିଥିଲେ । ଏବେ ଦଳ ତାଙ୍କ ବିରୋଧରେ ଆକ୍ସନ ନେଇଛି । ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ପ୍ରଶ୍ୱ କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯିବା ସହ ଜବାବ ରଖିବାକୁ କୁହାଯାଇଛି । ଏହାଦ୍ୱାରା ଦଳ ଅନ୍ୟ ନେତାଙ୍କୁ ବୁଝାଇବାକୁ ଚାହୁଁଛି ଯେ. କିଛି କହିବା ପୂର୍ବରୁ ନେତାମାନେ ପ୍ରଥମେ ବିଚାର କରନ୍ତୁ ।

ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଦଳୀୟ ଅନୁଶାସନ ସମସ୍ତଙ୍କ ପାଇଁ ସମାନ । ଅନସାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇବା ପରେ ଅସନ୍ତୁଷ୍ଟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର୍ ଧରିଛି । ଏବେସୁଦ୍ଧା ଦଳ କେଉଁ ନେତାଙ୍କ ବିରୋଧରେ ଆକ୍ସନ ନେଇନାହିଁ କିନ୍ତୁ ଏବେ କିଚି ନେତାଙ୍କ ପତ୍ତା କଟିପାରେ । ଏପରି କରିବା ଜରୁରୀ ହୋଇପଡିଛି । କାରଣ ନୂଆ ପିସିସି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅତିଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବ ।

   Related Posts