Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

MP ଉପନିର୍ବାଚନ ଲାଗି କଂଗ୍ରେସର ‘ବଚନପତ୍ର’ ଜାରି, କୃଷକ ଓ Covid ସହାୟତାକୁ ପ୍ରାଥମିକତା

17/10/2020 at 8:38 PM

ଭୋପାଲ ୧୭।୧୦:  ମଧ୍ୟପ୍ରଦେଶର ୨୮ ବିଧାନସଭା ନିର୍ବାଚନ ମଣ୍ଡଳି ଲାଗି ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେବ। ଏଥିଲାଗି ଶନିବାର ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ନିର୍ବାଚନ ଇସ୍ତାହାର ’ବଚନ ପତ୍ର’ ଜାରି ହୋଇଛି।  ଯଦି କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରେ ତେବେ କୋଭିଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ଲାଗି ପ୍ରତିଶ୍ରୁତି ଦେଇଛି।

ବଚନପତ୍ରରେ କଂଗ୍ରେସ କୃଷି ଋଣ ଛାଡ ଲାଗି ପୂର୍ବ ପ୍ରତିଶ୍ରୁତି ଦୋହରାଇ ଥିବା ବେଳେ ଗୋ କଲ୍ୟାଣ , ଗ୍ୱାଲିୟର ଓ ଚମ୍ବଲ କ୍ଷେତ୍ରରେ ବିକାଶ ଲାଗି ପ୍ରତିଶ୍ରୁତି ଦେଇଛି। କଂଗ୍ରେସକୁ ପୁଣି ସରକାରକୁ ଆସିବା ଲାଗି ସମସ୍ତ ୨୮ଟି ଆସନରେ ଜିତିବାକୁ ପଡିବ। ଅନ୍ୟପକ୍ଷରେ କ୍ଷମତାସୀନ ବିଜେପିକୁ ୯ଟି ଆସନ ଦରକାର । ତେବେ ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରିବାରେ କୃଷି ଋଣ ଛାଡ ପ୍ରତିଶ୍ରୁତି ବେଶ୍ ସହାୟକ ହୋଇଥିଲା। ତେବେ ବିଧାନସଭାରେ ଦଳ ସଂଖ୍ୟା ଗରିଷ୍ଠତା ହରାଇବାରୁ ରାଜ୍ୟରେ କଂଗ୍ରେସର ଯୋଜନା ବନ୍ଦ ହୋଇଯାଇଛି।

ଏଥିରେ ସାରା ରାଜ୍ୟ ଏବେ କୋଭିଡ ଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ନିରବଦ୍ରଷ୍ଟା ସାଜିଛନ୍ତି। ତେବେ ଏଭଳି ପରିସ୍ଥିତିର କଂଗ୍ରେସ ଫାଇଦା ନେବାକୁ ନିର୍ବାଚନୀ ରଣନୀତି କରିଛି। ଏଥିରେ କୋଭିଡ କାରଣରୁ କାମଧନ୍ଦା ହରାଇଥିବା ଲୋକଙ୍କ ପରିବାର ଲାଗି ନିଶୁଳ୍କ ଖାଦ୍ୟ ଯୋଗାଣ ସାଙ୍ଗକୁ କୋଭିଡ ମୃତକଙ୍କ ପରିବାର ଲାଗି ସହାୟତା ନିମନ୍ତେ ପଦକ୍ଷେପ ନେବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ମଧ୍ୟ ପ୍ରଦେଶ ବିଧାନସଭାର ୩ ବିଧାୟକଙ୍କ ପରଲୋକ ଓ ୨୫ ବିଧାୟକ ଦଳ ତ୍ୟାଗ କରିବାରୁ ୨୮ ଆସନରେ ଉପନିର୍ବାଚନର ଆବଶ୍ୟକତା ଦେଖା ଦେଇଛି। ୨୩୦ ସଦସୀୟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଲାଗି ୧୧୬ ବିଧାୟକ ଦରକାର। ତେବେ ବିଜେପିର ୧୦୭ ବିଧାୟକ ଥିବାରୁ ଆଉ ମାତ୍ର ୯ଜଣ ବିଧାୟକ ଆବଶ୍ୟକ କରୁଛି। ତେବେ ସମସ୍ତ ଆସନରେ ବିଜୟୀ ହେଲେ କଂଗ୍ରେସ ପୁଣି କ୍ଷମତାକୁ ଫେରିପାରିବ। ନିର୍ବାଚନର ଫଳାଫଳ ଉପରେ ଏବେ ନିର୍ଭର କରୁଛି କମଲ ନାଥଙ୍କ ଭାଗ୍ୟ।

   Related Posts