ଏକଜିଟ ପୋଲ ମିଛହେବ ବୋଲି ରାହୁଲ ଓ ପ୍ରିୟଙ୍କା କନଫିଡେଣ୍ଟ, ବିଜେପି ଶିବିରରେ ଉଲ୍ଲାସ

Published By : Prameya-News7 Bureau | May 22, 2019 IST

ରାତି ପାହିଲେ ରେଜଲ୍ଟ । ହେଲେ ତା ପୂର୍ବରୁ ସାରା ଦେଶରେ ଘମାସାନ । ବିଶେଷ କରି ଏକଜିଟ୍ ପୋଲ୍ ଦେଖି ବିଜେପି କର୍ମୀ ଓ ନେତାଙ୍କ ମନରେ ଲଡ଼ୁ ଫୁଟୁଥିବା ବେଳେ ବିରୋଧୀ ଶିବିରରେ ଛନକା ପଶିଛି  । ୨୦୧୪ ପରି କଂଗ୍ରେସ ଚିତପଟାଙ୍ଗ୍ ମାରିବ ବୋଲି ଏକଜିଟ୍ ପୋଲ ଆକଳନ କହୁଥିବା ବେଳେ, ଅଧ୍ୟକ୍ଷ ରାହୁଲ ଗାନ୍ଧି କିନ୍ତୁ ପୂରା କନଫିଡେଣ୍ଟ । ଭଉଣୀ ପ୍ରିୟଙ୍କା ରବିବାର ଏକ ଭଏସ ମେସେଜରେ କଂଗ୍ରେସ କର୍ମୀଙ୍କ ପିଠି ଥାପୁଡେଛନ୍ତି। ରାହୁଲ ବି ଟ୍ବିଟ୍ କରି ଦଳୀୟ କର୍ମୀଙ୍କ ମନରେ ଜୋସ ଭରିଛନ୍ତି । ଏସବୁ ଭିତରେ ବେଶ ଚାଲିଛି ରାଜନୈତିକ ବୟାନବାଜି।

{"id":114880,"width":595,"height":372}

 () ରାତି ପାହିଲେ କ’ଣ ହେବ ?

() ୫ ବର୍ଷର ବନବାସରେ ପୂର୍ଣ୍ଣଛେଦ ଟଣାହେବ ?

() ନା ଲମ୍ବା ହେବ ଅପେକ୍ଷା ଅବଧି ?

{"id":114881,"width":594,"height":343}

ଏକଜିଟ୍ ପୋଲର ଆକଳନ ପରେ ଏବେ ଏମିତି କିଛି ପ୍ରଶ୍ନର ଅଳନ୍ଧୁ ମଧ୍ୟରେ ଛନ୍ଦି ହୋଇଯାଇଛି ପୂରା ବିରୋଧୀ ଶିବିର । ୧୯ରେ ଏକଜିଟ୍ ପୋଲ ଆକଳନକୁ ପରତେ ନଯିବା ସହ ଅତୀତର ଉଦାହରଣ ଦେଇ ବାହୁଡ଼ା ମତକୁ ବାଏଁ ବାଏଁ ଉଡ଼ାଇ ଦେବାକୁ ପ୍ରୟାସ ହୋଇଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ଅଡ଼ିଓ ମେସେଜ୍ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଟ୍ବିଟରରେ ଦଳୀୟ କର୍ମୀଙ୍କ ହାତମୁଠା ଟାଣ କରିବାକୁ ଭରପୂର ଜୋର ଲଗାଇଛନ୍ତି । ଏକଜିଟ୍ ପୋଲର ଆକଳନକୁ ମିଛ ବୋଲି କହିବା ସହ ୨୪ ଘଣ୍ଟା ପାଇଁ ପୂରା ଆଲର୍ଟ ରହିବା ପାଇଁ କର୍ମୀଙ୍କୁ କହିଛନ୍ତି ରାହୁଲ । ଆଉ କଂଗ୍ରେସ ନେତାଏଁ କମାଣ୍ଡରଙ୍କ ସହ ଯତିପାତ ମିଶାଇ ନୂଆ ସକାଳର କିରଣ ଖୁସି ଖବର ଆଣିବ ବୋଲି କହିଲେଣି । ବାକି ବିରୋଧୀ ଦଳ ବି ଏକଜି଼ଟ୍ ପୋଲ ଆକଳନକୁ ହସରେ ଉଡ଼ାଇଛନ୍ତି ।

{"id":114882,"width":595,"height":346}

ଆଉ ହେଉଛି ବିଜେପି କାର୍ଯ୍ୟାଳୟର ଦୃଶ୍ୟ। ଏଠି ଅଫିସରେ ଚାଲିଛି ସଜାସଜା। କେତେ ଲୋକ ଆସିବେ, ବିଜୟ ଉଲ୍ଲାସ ହେବ ତେଣୁ ଚାଲିଛି ପ୍ରସ୍ତୁତି । କାଲି ଡିନର ପାର୍ଟି ହୋଇଥିଲା।   ବିଜେପି ଓ ସହଯୋଗୀ ଦଳର ନେତାଙ୍କ ଗୋଡ଼ ତଳେ ଲାଗୁନି । ଏକଜିଟ୍ ପୋଲ ଏକଜାଟ୍ ପୋଲରେ ରୂପାନ୍ତରିତ ହେବ ବୋଲି ସେମାନେ ୧୦୦% କନିଫିଡେଣ୍ଟ ଥିବା ବେଳେ ଫିର୍ ଏକ୍ ବାର୍ ମୋଦି ସରକାର ନାରାକୁ ପଣିକିଆ ଭଳି ଘୋଷି ହେଲେଣି । ଗତ ୫ ବର୍ଷରେ ମୋଦି ସରକାରର ଜନ ହିତକର କାର୍ଯ୍ୟ ପାଇଁ ଏସବୁ ସମ୍ଭବ ହୋଇପାରିଥିବା ବିଜେପି ନେତାଏଁ କହୁଛନ୍ତି । ଆଉ ଏନଡିଏ ସହଯୋଗୀଙ୍କର ମଧ୍ୟ ସମାନ ଦାବି, ସମାନ ଯୁକ୍ତି ।

{"id":114883,"width":594,"height":343}

ଶାସକ-ବିରୋଧୀ ଛକାଛକି ହେବା ଗଣତନ୍ତ୍ରର ସ୍ବାଭାବିକ କଥା । ହେଲେ ହାତୀ କାହା ମୁଣ୍ଡରେ ସୁନା କଳସ ଢ଼ାଳୁଛି ତାହା ରାତି ପାହିଲେ ହିଁ ସ୍ପଷ୍ଟ ହେବ ।

{"id":114884,"width":595,"height":353}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.