Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନ ପରେ ଅକଳରେ ପଡିଯାଇଛି କଂଗ୍ରେସ : ବିରକ୍ତି ପ୍ରକାଶ କରିଛନ୍ତି ଗୃହରେ ଉପସ୍ଥିତ ଥିବା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି

6/08/2019 at 6:32 PM

ନୂଆଦିଲ୍ଲୀ ୬/୮: ଜାମ୍ମୁ କାଶ୍ମୀର ଆଭ୍ୟନ୍ତରୀଣ ମାମଲା କି ବୋଲି ଗୃହରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନ ପରେ  ଅକଳରେ ପଡିଯାଇଛି କଂଗ୍ରେସ । ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଅଧୀର ରଞ୍ଜନଙ୍କ ବୟାନ ନେଇ ବିରକ୍ତି ପ୍ରକାଶ କରିଥିବା ବେଳେ ଶାସକ ଦଳ ଅଧୀର ରଞ୍ଜନଙ୍କ ବୟାନକୁ ନେଇ କାଶ୍ମୀର ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି।

ରାଜ୍ୟସଭାରେ ଧାରା ୩୭୦ ଆସିବା ପରଠାରୁ ଅକଳରେ ପଡ଼ିଛି କଂଗ୍ରେସ। ବାରମ୍ବାର ନିଜ ଆଭିମୁଖ୍ୟରେ କଂଗ୍ରେସ ହଲାପଟା ହୋଇଛି। ଆଉ ଏତିକିବେଳେ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦଳ ପାଇଁ ଆହୁରି ଅଡୁଆ ହୋଇଛି।ଗୃହରେ ନେତାଏ ନିଜ ମତ ରଖୁଥିବା ବେଳେ ସମସ୍ତଙ୍କୁ ହତଚକିତ କରିଦେବା ପରି ବୟାନ ଦେଇଥିଲେ  ଅଧୀର ରଞ୍ଜନ ଚୌଧୁରୀ । ୧୯୪୮ରୁ  ୨୦୧୯ ଯାଏଁ କଥାର ଉଲ୍ଲେଖ କରି ଅଧୀର  ସରକାରଙ୍କୁ ଘେରିଥିଲେ ଯେ ଆଭ୍ୟନ୍ତରୀଣ ମାମଲା ହେଲା କେମିତି ଯେତେବେଳେକି ୧୯୪୮ରୁ ଏହି ମାମଲା ଜାତିସଂଘ ଏହି ପ୍ରସଙ୍ଗ ଉପରେ ନଜର ରଖିଛି। ଅଧିର ଯେତେ ଅଧିର ହେଉଥିଲେ ପାଖରେ ବସିଥିବା ୟୁପିଏ ଅଧ୍ୟକ୍ଷା ସେତିକି ଆଶ୍ଚର୍ଯ୍ୟ ହେଉଥିଲେ । ବିରକ୍ତି ପ୍ରକାଶ କରିଛନ୍ତି ଗୃହରେ ଉପସ୍ଥିତ ଥିବା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି । ଅଧୀର ରଞ୍ଜନଙ୍କ ପ୍ରଶ୍ନର ଉତ୍ତର ସେହିଠାରେ ହିଁ ଦେଇଥିଲେ ଅମିତ ଶାହା ।

ସେପଟେ ଅଧୀରଙ୍କ ବୟାନ ପାଇଁ କଂଗ୍ରେସକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମୁକତାର ଆବାସ ନକଭି। କଂଗ୍ରେସ ପୂର୍ବରୁ ହେଡଲେସ ଥିଲା ଏବେ ବ୍ରେନଲେସ ହୋଇଛି ବୋଲି କହିଛନ୍ତି।ଅଧୀର ରଞ୍ଜନ ପାକିସ୍ତାନର ଭାଷା କହୁଛନ୍ତି ବୋଲି ଆକ୍ଷେପ କରିଥିଲେ। ତେବେ ଅଧୀର କଥା ବାଁରେଇଥିଲେ ମଧ୍ୟ ତାଙ୍କୁ ଏଥିରୁ ନିସ୍ତାର ମିଳିନି।

ଧାରା ୩୭୦ ବିଲ୍‌ ଆସିବା ପରଠାରୁ ହିଁ କଂଗ୍ରେସ ଏମିତି ଅକଳରେ ପଡ଼ିଛି। ଗୋଟିଏ ପଟେ ଗୁଲାମ ନବୀ ଆଜାଦଙ୍କ ଭଳି ନେତା ଗୃହରେ ଗର୍ଜିଥିଲେ ତ ସେପଟେ କଂଗ୍ରେସର କିଛି ନେତା ଉଚ୍ଛେଦକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ଏହା ନେହରୁ ଚାହୁଁଥିଲେ ବୋଲି କହି ସିଧା କଂଗ୍ରେସର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ଧାରା ୩୭୦ ଉଚ୍ଛେଦ ଇତିହାସର ସଂଶୋଧନ କହି ବିଜେପି ମାଇଲେଜ ନେବାକୁ ଚେଷ୍ଟା ଆରମ୍ଭ କରିଦେଇଛି ଆଉ ଏତିକିବେଳେ କଂଗ୍ରେସ ପୁଣି ଆଗପଛ ହୋଇ ଦ୍ବନ୍ଦ୍ବରେ ପଡ଼ିଥିବାର  ମେସେଜ ଦେଇଛି।

   Related Posts