Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ଗୁଜୁରାଟ କଂଗ୍ରେସକୁ କ୍ରସ୍ ଭୋଟିଂ ଭୟ, ଦୁଇଥରରେ ଦଳୀୟ ବିଧାୟକଙ୍କୁ ଆଣିଲା ଜୟପୁର

16/03/2020 at 4:26 PM

ଜୟପୁର, ୧୬|୦୩:   ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ ଗୁଜୁରାଟରେ କଂଗ୍ରେସ ନିଜ ବିଧାୟକଙ୍କୁ ଏକାଠି କରିବାରେ ଲାଗି ପଡିଛି। ଦଳର ୨୩ଜଣ ବିଧାୟକ ସୋମବାର ଜୟପୁରରେ ପହଁଚିଛନ୍ତି। ମୋଟ ୩୭ଜଣ କଂଗ୍ରେସ ବିଧାୟକ ଜୟପୁରରେ ଆସି ପହଁଚିଛନ୍ତି। ଏହି ସମସ୍ତ ବିଧାୟକଙ୍କୁ ଦିଲ୍ଲୀ ରୋଡସ୍ଥିତ ଶିବ ବିଳାସ ରିସୋର୍ଟରେ ରଖାଯାଇଛି। ରାଜସ୍ଥାନର କଂଗ୍ରେସ ନେତା ଏମାନଙ୍କ ଉପରେ ନଜର ରଖିଛନ୍ତି। ସୋମବାର ସଂଧ୍ୟା ସୁଦ୍ଧା ଆଉ କିଛି ବିଧାୟକ ଏଠାରେ ପହଁଚିବେ ବୋଲି ସୂଚନା ମିଳିଛି।

ଗୁଜୁରାଟରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ କିଛି ବିଧାୟକ କ୍ରସ୍ ଭୋଟିଂ କରିବା ଭୟରେ କଂଗ୍ରେସ ବିଧାୟକଙ୍କୁ ରିସୋର୍ଟରେ ନେଇ ରଖିଛି। ଶନିବାର ରାତି ଗୁଜୁରାଟର ୧୪ଜଣ ବିଧାୟକଙ୍କୁ ଜୟପୁର ସ୍ଥାନାନ୍ତର କରାଯାଇଥିଲା। ଗୁଜୁରାଟର କିଛି କଂଗ୍ରେସ ନେତା ମଧ୍ୟ ତାଙ୍କ ସହ ରିସୋର୍ଟରେ ଆସି ପହଁଚିଛନ୍ତି।

କଂଗ୍ରେସ ସର୍ବଦା ବିଭିନ୍ନ ରାଜନୈତିକ ସଙ୍କଟ ମଧ୍ୟରେ ନିଜ ବିଧାୟକଙ୍କୁ ରାଜସ୍ଥାନ ନେଇଥାଏ। କାରଣ ଏବେ ରାଜସ୍ଥାନରେ କଂଗ୍ରେସର ସରକାର ଅଛି। ଅଶୋକ ଗେହଲଟ ସରକାର ସବୁଠାରୁ ସୁରକ୍ଷିତ ଅବସ୍ଥାରେ ଅଛନ୍ତି। ଏହାପୂର୍ବରୁ ନଭେମ୍ବରରେ ମହାରାଷ୍ଟ୍ରର ବିଧାୟକଙ୍କୁ କଂଗ୍ରେସ ରାଜସ୍ଥାନର ଟ୍ରି ହାଉସ ରିସୋର୍ଟରେ ଆଣି ରଖିଥିଲା।

   Related Posts