Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବିଜେପି ଅଧ୍ୟକ୍ଷଙ୍କ ଉପରେ କଂଗ୍ରେସର ପାଲଟା ଆକ୍ରମଣ : ଚୀନ୍ ଏବଂ ଆରଏସଏସ ସମ୍ପର୍କ ସହ ପଚାରିଲେ ୧୦ ପ୍ରଶ୍ନ

28/06/2020 at 10:10 AM

ନୂଆଦିଲ୍ଲୀ ୨୮।୬: ରାଜୀବ ଗାନ୍ଧୀ ଫାଉଣ୍ଡେସନ (ଆରଜିଏଫ) କୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ୧୦ଟି ପ୍ରଶ୍ନ ପଚାରିଛନ୍ତି ସୋନିଆ ଗାନ୍ଧୀ । ଯେଉଁ ପ୍ରଶ୍ନରେ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ବିଜେପିକୁ ପଚାରିଥିବା ୧୦ଟି ପ୍ରଶ୍ନରେ ବିଜେପି ଏବଂ ଆରଏସଏସକୁ ବିଦେଶୀ ପାଣ୍ଠି ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ ।

କଂଗ୍ରେସ ଦଳ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚୀନ୍ (ସିସିପି) ସହିତ ବିଜେପି ଏବଂ ଆରଏସଏସର ସମ୍ପର୍କକୁ ନେଇ କଂଗ୍ରେସ ଦଳ ପ୍ରଶ୍ନ କରିଛି । ଏହାପୂର୍ବରୁ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ଜେପି ନଡ୍ଡା ଗାନ୍ଧୀ ପରିବାର ଉପରେ ଆକ୍ରମଣ କରିଥିଲେ ଏବଂ ଚୀନ୍‌ରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ କାହିଁକି ଟଙ୍କା ଦିଆଗଲା ବୋଲି ପଚାରିଥିଲେ ?

ଜେପି ନଡ୍ଡା କହିଥିଲେ ଯେ ପିଏନବି ବ୍ୟାଙ୍କ ସ୍କାମର ଅଭିଯୁକ୍ତ ମେହୁଲ ଚୋକସୀଙ୍କଠାରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନ କାହିଁକି ଟଙ୍କା ନେଇଛି ଏବଂ ମେହୁଲ ଚୋକସୀଙ୍କୁ ଋଣ ଦେବାରେ କାହିଁକି ସାହାଯ୍ୟ କରାଯାଇଥିଲା ? ଏବେ ନଡ୍ଡାଙ୍କ ଏହି ପ୍ରଶ୍ନ ଉପରେ କଂଗ୍ରେସ ବିଜେପିକୁ ୧୦ଟି ପ୍ରଶ୍ନ ପଚାରିଛି ।

ବିଜେପି ଓ ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟି (ସିସିପି) ମଧ୍ୟରେ କେଉଁ ଐତିହାସିକ ସମ୍ପର୍କ ଅଛି ? ୩୦ ଜାନୁଆରୀ ୨୦୦୭ରେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ରାଜନାଥ ସିଂ ସିସିପି ପ୍ରତିନିଧୀ ଦଳ ପରିଦର୍ଶନ କରିବା ସମୟରେ ଏହା କହିଥିଲେ । ଏହାପରେ ରାଜନାଥ ସିଂ ୧୭ ଅକ୍ଟୋବର ୨୦୦୮ରେ ସିସିପିର ପଲିଟବ୍ୟୁରୋ ସଦସ୍ୟମାନଙ୍କ ସହ ଏକ ବୈଠକରେ ଏହା ଦୋହରାଇଥିଲେ ।

ଚୀନ୍ ର ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚୀନ୍ (ସିସିପି) ଙ୍କ ଆହ୍ବାନରେ ଜାନୁଆରୀ ୨୦୦୯ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କାହିଁକି ଚୀନ୍ ଗସ୍ତ କଲା ? ରାଜନୈତିକ ଦଳ ନଥିଲେ ମଧ୍ୟ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟି ଦ୍ବାରା ଆରଏସଏସକୁ କାହିଁକି ଡକାଯାଇଥିଲା ? ସେହି ସମୟରେ ଆରଏସଏସ ଚୀନ୍ ସହିତ ଆମର ସମ୍ବେଦନଶୀଳ ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ଉପରେ କ’ଣ ଆଲୋଚନା କଲା ?

ଚୀନ୍ ଶାସକ ସିସିପିର ଆହ୍ବାନ କ୍ରମେ ୧୯ ଜାନୁୟାରୀ ୨୦୧୧ ରେ ତତ୍କାଳୀନ ବିଜେପିର ଅଧ୍ୟକ୍ଷ ନୀତିନ ଗଡକରୀ ୫ ଦିନିଆ କାହିଁକି ଚୀନ୍ ଗସ୍ତ କରିଥିଲେ ?

ନଭେମ୍ବର ୨୦୧୪ରେ ସିସିପିର ‘ଦି ପାର୍ଟି ସ୍କୁଲ’ରେ ଏକ ସପ୍ତାହ ଧରି ଅଧ୍ୟୟନ ପାଇଁ ତତ୍କାଳୀନ ବିଜେପି ଅଧ୍ୟକ୍ଷ ଅମିତ ଶାହା ବିଧାୟକ ତଥା ସାଂସଦଙ୍କ ଏକ ପ୍ରତିନିଧୀ ଦଳକୁ କାହିଁକି ଚୀନ୍‌କୁ ପଠାଇଲେ?

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ନରେନ୍ଦ୍ର ମୋଦି ୪ ଥର ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ୫ ଥର କାହିଁକି ଚୀନ୍ ଗସ୍ତ କରିଛନ୍ତି ? ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ଚୀନ୍ ପ୍ରଧାନମନ୍ତ୍ରୀଙ୍କୁ ୩ ଥର ସ୍ବାଗତ କରିଛନ୍ତି । କଣ ନରେନ୍ଦ୍ର ମୋଦି ଏଭଳି ଜଣେ ପ୍ରଧାନମନ୍ତ୍ରୀ ନୁହଁନ୍ତି ଯିଏ ୬ ବର୍ଷରେ ଚୀନ୍ ପ୍ରଧାନମନ୍ତ୍ରୀଙ୍କୁ ୧୮ ଥର ଭେଟିଛନ୍ତି ? ପ୍ରଧାନମନ୍ତ୍ରୀ ମୋଦିଙ୍କ ଝୁଲା କୂଟନୀତି କାମକରିଛି କି ?

ଯେଉଁଭଳି ରାଜୀବ ଗାନ୍ଧୀ ଫାଉଣ୍ଡେସନ କରିଥିଲେ, ସେହିପରି ବିଜେପି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କୁ ସମସ୍ତ ଦାତା ତାଲିକା ତଥା ବିଦେଶରୁ ପ୍ରାପ୍ତ ଅର୍ଥର ସୂଚନା ସାର୍ବଜନୀନ କରିବାକୁ କହିପାରିବ କି?

ଯେଉଁଭଳି ରାଜୀବ ଗାନ୍ଧୀ ଫାଉଣ୍ଡେସନ କରିଥିଲେ, ସେହିପରି ବିଜେପି ବିବେକାନନ୍ଦ ଫାଉଣ୍ଡେସନ ଏବଂ ଇଣ୍ଡିଆ ଫାଉଣ୍ଡେସନକୁ ସମସ୍ତ ଦାତା (ଅନ୍ତର୍ଜାତୀୟ ଦାତା ସମେତ) ତାଲିକା ସାର୍ବଜନୀନ କରିବାକୁ କହିପାରିବେ କି?

କ’ଣ ବିଜେପି ସେହି ଦାତାମାନଙ୍କ ନାମ ସାର୍ବଜନୀନ କରିପାରିବ ଯେଉଁମାନଙ୍କଠାରୁ ନିର୍ବାଚନ ବଣ୍ଡ ମାଧ୍ୟମରେ କୋଟି କୋଟି ଟଙ୍କା ନେଇଥିଲା?

କ’ଣ ‘ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ବିଜେପି’କୁ ମିଳୁଥିବା ପାଣ୍ଠି, ମୋଟ୍ ଟଙ୍କା ଏବଂ ଦାତାଙ୍କ ନାମ (ମୂଳତଃ ଚୀନ୍ ଦାତାଙ୍କୁ ଅନ୍ତର୍ଭୁକ୍ତ କରି) ପ୍ରକାଶ କରିପାରିବ କି? ‘ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ବିଜେପି’ କେତେବେଳେ ଏବଂ କେତେ ଟଙ୍କା ‘ବିଜେପି-ଚୀନ୍ ଏବଂ ହଂକଂର ଓଭରସିଜ୍ ଫ୍ରେଣ୍ଡସ୍’ରୁ ନେଇଥିଲା? ରାଜକୁମାର ନାରାୟଣ ଦାସ ଓରଫ ରାଜୁ ସବନାନୀଙ୍କ ‘ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ବିଜେପି’ ସହିତ କଣ ସମ୍ପର୍କ ଅଛି?

ଆନ୍ତର୍ଜାତୀୟ ଫାଉଣ୍ଡେସନ୍, ପାଣ୍ଠି, କମ୍ପାନୀ ଏବଂ ଅନୁଷ୍ଠାନରୁ ବିଜେପି ଏବଂ ଆରଏସଏସ ପାଣ୍ଠି ନେଇଛନ୍ତି କି? ଯଦି ହଁ, ଗତ ୬ ବର୍ଷ ମଧ୍ୟରେ ବିଜେପି ଏବଂ ଆରଏସଏସକୁ କେତେ ଆନ୍ତର୍ଜାତୀୟ ପାଣ୍ଠି ମିଳିଛି?

   Related Posts