Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଦଳୀୟ କନ୍ଦଳକୁ ନେଇ ଚିନ୍ତା ବଢ଼ାଉଛନ୍ତି ନବଜୋତ ସିଂହ ସିଦ୍ଧୁ, ଚୁପ୍‌ ରହିବାକୁ ନିର୍ଦ୍ଦେଶ ଦେଲା କଂଗ୍ରେସ

15/07/2021 at 10:01 AM

ନୂଆଦିଲ୍ଲୀ ୧୫/୦୭ : ପଞ୍ଜାବ କଂଗ୍ରେସରେ ଦେଖାଦେଇଥିବା କଳହର ସମାଧାନ କରିବାପାଇଁ ପ୍ରୟାସ ଜାରି ରଖିଛନ୍ତି ଦଳର ହେଭିୱେଟ୍‌ । ଦଳ ବିଧାନସଭା ପୂର୍ବରୁ ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହାର ଜୋର୍‌ଦାର ବିରୋଧ କରିଛନ୍ତି । ଏହାରି ଭିତରେ ଦଳ ସିଦ୍ଧୁଙ୍କୁ ଚୁପ୍‌ ରହିବାକୁ ନିର୍ଦ୍ଦେଶ ଦେଇଛି ।

କ୍ୟାପ୍ଟେନ୍‌ ଏବଂ ସିଦ୍ଧୁଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବା ପାଇଁ କଂଗ୍ରେସର ପୂର୍ବ  ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ ପଞ୍ଜାବ ପ୍ରଭାରୀ ହରିଶ୍‌ ରାୱତ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କେସି ବେଣୁ ଗୋପାଳଙ୍କ ସହିତ ବୈଠକ କରିଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ସମସ୍ତ ସଦସ୍ୟଙ୍କୁ ନେଇ ଲଢ଼ିବାକୁ ଚାହୁଁଛି । ଏଥିସହିତ ଦଳ ସିଦ୍ଧୁଙ୍କ ସହିତ ଅନ୍ୟ ଦୁଇଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିବା ପାଇଁ ବିଚାର କରୁଥିବା ଜଣାପଡ଼ିଛି ।

ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ମିଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜୟ ସିଂଗଲା ଏବଂ ସନ୍ତୋଷ ଚୌଧୁରୀଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯିବା ନେଇ ସମ୍ଭାବନା ରହିଛି । ବିଜୟ ସିଂଗଲା କ୍ୟାପ୍ଟେନ୍‌ଙ୍କ ପାଖ ଲୋକ ବୋଲି କୁହାଯାଉଛି । ସେହିପରି ସନ୍ତୋଷ ଚୌଧୁରୀ ଦଳର ଏକ ଚର୍ଚ୍ଚିତ ଚେହେରା । ଏମାନଙ୍କୁ ନେଇ ଦଳ ଆଗକୁ ବଢ଼ିବ ବୋଲି ଆଶା ରଖିଛି ।

କିଛିଦନ ତଳେ ନବଜୋତ ସିଂହ ସିଦ୍ଧୁ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ କରିବା ସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ତେବେ ରାହୁଲ ପ୍ରଥମେ ଏହି ସାକ୍ଷାତକାର ପାଇଁ ଅସ୍ବୀକାର କରିଥିଲେ। କିନ୍ତୁ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସାକ୍ଷାତ ପରେ ରାହୁଲ ନବଜୋତ ସିଂହ ସିଦ୍ଧୁଙ୍କୁ ସାକ୍ଷାତ କରିବାକୁ ରାଜି ହୋଇଥିଲେ। ଏହାପରେ କ୍ୟାପଟେନ ଅମରିନ୍ଦର ଦିଲ୍ଲୀ ପହଞ୍ଚିଥିଲେ ଓ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ତଥାପି କିଛି ସମାଧାନ ହୋଇପାରିନଥିଲା।

   Related Posts