Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ

21/06/2021 at 8:11 PM

ନୂଆଦିଲ୍ଲୀ ୨୧/ ୦୬ : କଂଗ୍ରେସର ଅନ୍ତରୀମ ଅଧ୍ୟକ୍ଷ ସୋନିଆ ଗାନ୍ଧି ଜୁନ ୨୪ ତାରିଖରେ ଦଳର ବରିଷ୍ଠ ନେତାଙ୍କୁ ନେଇ ବୈଠକ ଡକାଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ବର୍ତ୍ତମାନ ଜାରି ରହିଥିବା ରାଜନୈତିକ ସ୍ଥିତିକୁ ନେଇ ଆଲୋଚନା ହେବ । କଂଗ୍ରେସ ମହାସଚିବ, ସମସ୍ତ ରାଜ୍ୟ ପ୍ରଭାରୀ, ରାଜ୍ୟ ପିସିସି ଅଧ୍ୟକ୍ଷମାନଙ୍କୁ ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି ।

କଂଗ୍ରେସରେ ଜାରି ରହିଥିବା ଅନ୍ତଃକନ୍ଦଳ ବାବଦରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି । ଏହା ସହିତ ଦେଶରେ ଦରଦାମ ବୃଦ୍ଧି ଏବଂ ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ନେଇ କଂଗ୍ରେସ ରାସ୍ତାକୁ ଓଲ୍ଲାଇପାରେ । ଦରଦାମ ବିରୁଦ୍ଧରେ ସରକାରଙ୍କୁ ଘେରିବା ବୈଠକର ମୂଳ ମୁଦ୍ଦା ହୋଇପାରେ ବୋଲି ଅନୁମାନ କରାଯାଉଛି ।

କେନ୍ଦ୍ରର ମୋଦି ସରକାରଙ୍କୁ ଘେରିବା ପାଇଁ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଏବଂ ମହଙ୍ଗା ମାଡ ବିରୁଦ୍ଧରେ ଆନ୍ଦୋଳନ ପାଇଁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । କିଛି ଦିନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ପ୍ରଦର୍ଶନ କରିଥିଲା କଂଗ୍ରେସ । କିନ୍ତୁ ବର୍ତ୍ତମାନ ମଧ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଅନେକ ରାଜ୍ୟ​‌ରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିଛି । ଏଥିପାଇଁ ପୁଣିଥରେ କଂଗ୍ରେସ ରାଜରାସ୍ତାକୁ ଓଲ୍ଲାଇବାକୁ ଯୋଜନା କରୁଛି ।

କରୋନା ସଂକ୍ରମଣ ସମ୍ପର୍କରେ କଂଗ୍ରେସ ଦ୍ୱାରା ଆରମ୍ଭ ହୋଇଥିବା ସର୍ଭେ ଉପରେ ମଧ୍ୟ ଆଲୋଚନା କରାଯିବ। ଏହା ବ୍ୟତୀତ ଆଗାମୀ ବିଧାନସଭା ନିର୍ବାଚନ ପରି ପ୍ରସଙ୍ଗ ସମେତ ଅନ୍ୟାନ୍ୟ ସାମ୍ପ୍ରତିକ ପ୍ରସଙ୍ଗ ତଥା ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯିବ ।

କଂଗ୍ରେସର ଏହି ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେବାକୁ ଯାଉଛି ଯେତେବେଳେ ଅନେକ ବରିଷ୍ଠ ନେତା ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ରାଜସ୍ଥାନ ଏବଂ ପଞ୍ଜାବ ଭଳି ରାଜ୍ୟରେ ଦଳୀୟ କନ୍ଦଳ ବୃଦ୍ଧି ପାଇଛି। ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁ ଖୋଲାଖୋଲି ଭାବେ ପରସ୍ପର ବିରୋଧରେ ବିଷ ଓଗାଳୁଛନ୍ତି । ଏ ତମାମ ପ୍ରସଙ୍ଗରେ ଦଳୀୟ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

   Related Posts