Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିଦ୍ଧୁଙ୍କ ଇସ୍ତଫାରେ ନାଖୁସ୍ କଂଗ୍ରେସ ହାଇକମାଣ୍ଡ, ନମାନିଲେ ନିଆଯିବ ଆକ୍ସନ

29/09/2021 at 11:53 AM

ନୂଆଦିଲ୍ଲୀ ୨୯/୦୯: ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା କଂଗ୍ରେସରେ ଘମାସାନ । ସିଦ୍ଧୁଙ୍କ ନିଷ୍ପତ୍ତି ଉପରେ ନାଖୁସ ଅଛନ୍ତି କଂଗ୍ରେସ ହାଇକମାଣ୍ଡ । ସିଦ୍ଧୁଙ୍କ ସମ୍ପର୍କରେ ଦଳ କଠୋର ଆଭିମୁଖ୍ୟ ଗ୍ରହଣ କରିପାରେ । ଇସ୍ତଫା ପରଠାରୁ ଦଳର ନେତୃତ୍ୱ ସିଦ୍ଧୁଙ୍କ ସହ ଏପର୍ଯ୍ୟନ୍ତ କଥାବାର୍ତ୍ତା କରିନାହାଁନ୍ତି । ଦଳ ସିଦ୍ଧୁଙ୍କୁ ସମୟ ଦେବାକୁ ଚାହୁଁଛି । କିନ୍ତୁ ଯଦି ସେ ରାଜି ନୁହଁନ୍ତି ତେବେ କଠୋର ପଦକ୍ଷେପ ନିଆଯାଇପାରେ ।

ଆଜିର ବୈଠକରେ ଯେଉଁମାନେ ନ ଆସିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି ହୋଇଛି । ଚଣ୍ଡୀଗଡ଼ରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ଚାଲିଛି । ଗତକାଲି ରାତିରେ ସିଦ୍ଧୁଙ୍କ ଘରେ ଏକ ବଡ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଚନ୍ନି ସରକାରଙ୍କ ବହୁ ମନ୍ତ୍ରୀ ଏବଂ ବିଧାୟକ ଯୋଗ ଦେଇଥିଲେ ।

ଏପର୍ଯ୍ୟନ୍ତ ସିଦ୍ଧୁଙ୍କୁ ସମର୍ଥନ କରି କ୍ୟାବିନେଟ ମନ୍ତ୍ରୀ ରଜିଆ ସୁଲତାନାଙ୍କ ସମେତ ୪ଜଣ ସରକାର ଏବଂ ସଂଗଠନରୁ ଇସ୍ତଫା ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଚନ୍ନୀ ଡାକିଛନ୍ତି ଏମରଜେନ୍ସି ବୈଠକ । ବୈଠକରେ ସିଦ୍ଧୁଙ୍କୁ ମନାଇବାକୁ ପ୍ରୟାସ କରାଯିବ ।

   Related Posts