କାଳିଆ ତଥ୍ୟକୁ ନେଇ କୃଷି ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ

Published By : Prameya-News7 Bureau | November 18, 2019 IST

ଭୁବନେଶ୍ୱର ୧୮।୧୧ - କାଳିଆ ତଥ୍ୟକୁ ନେଇ କୃଷି ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ । ବିଧାନସଭାରେ କୃଷି ମନ୍ତ୍ରୀ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି । ଅଯୋଗ୍ୟ ହିତାଧିକାରୀ ସଂଖ୍ୟାକୁ ନେଇ ଏଭଳି ସାଘାଂତିକ ଆରୋପଲଗାଇଛି ଦଳ ।

{"id":186288,"sizeSlug":"large"}

 କାଳିଆ ତଥ୍ୟକୁ ନେଇ ଅଡ଼ୁଆରେ କୃଷି ମନ୍ତ୍ରୀ ଅରୁଣ ସାହୁ । ବିଧାନସଭାରେ କୃଷି ମନ୍ତ୍ରୀ ଭୁଲ୍ ତଥ୍ୟ ଦେଇଥିବା ଆରୋପ ଲଗାଇଛି କଂଗ୍ରେସ । କଂଗ୍ରେସର ଅଭିଯୋଗ ଅନୁଯାୟୀ, ଗତ ୧୩ ତାରିଖରେ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ କହିଥିଲେ, କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୪୫ ହଜାର ୬୯୫ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି । ତେବେ ସୂଚନା ଅଧିକାର ଆଇନ ବଳରେ କଂଗ୍ରେସ କିଛି ସାଂଘାତିକ ଚିତ୍ରକୁ ସାମ୍ନାକୁ ଆଣିଛି । ମାତ୍ର ୧୦ଟି ଜିଲ୍ଲାରେ ଅଯୋଗ୍ୟ ହିତାଧିକୀରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୭୨ ହଜାର ୯୦୮ । ଏଥିରୁ କେବଳ ସୁବର୍ଣ୍ଣପୁରରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩୭ ହଜାର ୭୫୯ ବୋଲି କଂଗ୍ରେସ କହିଛି ।

{"id":186290,"sizeSlug":"large"}

ଯଦି କଂଗ୍ରେସ ଦେଖାଇଥିବା ଆରଟିଆଇ ତଥ୍ୟରେ ସତ୍ୟତା ଥାଏ ତେବେ କେବଳ ୧୦ ଜିଲ୍ଲାରେ ୮୬ କୋଟି ଟଙ୍କା ଚଳୁ କରିଛନ୍ତି ଅଯୋଗ୍ୟ ହିତାଧିକାରୀ। କଣ ରାଜ୍ୟର ଆର୍ଥିକ ସ୍ବାସ୍ଥ୍ୟ ପ୍ରତି ଏହା ବିପଦ ନୁହେଁ କି ? ଆଉ ଏହି ପ୍ରସଙ୍ଗକୁ ଧରି କଂଗ୍ରେସ ମନ୍ତ୍ରୀଙ୍କୁ ଆକ୍ଷେପ କରିଛି ଯେ କୃଷିମନ୍ତ୍ରୀ  ବିଧାନସଭାରେ ଭୁଲ ତଥ୍ୟ ଦେଇଛନ୍ତି। ତେଣୁ ତାଙ୍କ  ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଅଣାଯଆଉ।  ସେପଟେ କୃଷି ମନ୍ତ୍ରୀ କହିଛନ୍ତି, ସେ କଂଗ୍ରେସ ଅଭିଯୋଗର ଅନୁଧ୍ୟାନ ପରେ ଉତ୍ତର ରଖିବେ ।

{"id":186291,"sizeSlug":"large"}

କୃଷି ମନ୍ତ୍ରୀ ନିର୍ବାଚନ ପୂର୍ବରୁ ସରକାରଙ୍କ ଟ୍ରମ୍ପ କାର୍ଡ ଥିଲା କାଳିଆ ଯୋଜନା । ହେଲେ ପରେ କାଳିଆକୁ ନେଇ  ଗୋଟିଏ ପରେ ଗୋଟିଏ କଳଙ୍କ ସାମ୍ନାକୁ ଆସୁଛି । ଅନେକ ଯୋଗ୍ୟ ବାଦ୍ ପଡ଼ିବା ଓ ଅଯୋଗ୍ୟ ସାମିଲ ହେବାର ଅଭିଯୋଗ ସରକାରଙ୍କୁ ଅଡ଼ୁଆରେ ପକାଇବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.