ସିଏମସି କାର୍ଯ୍ୟାଳୟରେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ

Published By : Prameya-News7 Bureau | August 13, 2018 IST

କଟକ ୧୩/୮ : ଅସରାଏ ବର୍ଷାରେ ଉବୁଟୁବୁ ହେଉଛି କଟକ ସହର । ନାନା ଅସୁବିଧା ଭୋଗୁଛନ୍ତି ଲୋକେ । ଏହାର ପ୍ରତିବାଦରେ ସିଏମସି କମିଶନରଙ୍କୁ ଭେଟି ଦାବିପତ୍ର ଦେଇଛି କଂଗ୍ରେସ । ଏହି ସମୟରେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ କର୍ମୀମାନେ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । କଂଗ୍ରେସର ଅଭିଯୋଗ ସିଏମସି କମିଶନର ଓ ବାରବାଟୀ-କଟକ ବିଧାୟକଙ୍କର କଟକବାସୀଙ୍କ ପ୍ରତି କୌଣସି ଉତ୍ତରଦାୟିତ୍ବ ନାହିଁ । ତେଣୁ କମିଶନରଙ୍କ ବଦଳି ଦାବି କରିଛି କଂଗ୍ରେସ । ଏଥି ସହ ସିଏମସିରେ ହେଉଥିବା ବିଭିନ୍ନ ଦୁର୍ନୀତିର ସନ୍ତୋଷଜନକ ଉତ୍ତର ଆସନ୍ତା ୩୦ ତାରିଖ ସୁଦ୍ଧା ନରଖିଲେ, ସ୍ୱାୟତ୍ତଶାସନ ଦିବସ ପାଳନ କରାଇ ଦିଆଯିବନାହିଁ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.