ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ରାଜନୀତି : ଏସ୍‌ପି ଅଫିସ ଘେରାଓ କଲା କଂଗ୍ରେସ, ଏସ୍‌ପିଙ୍କ ନାଁରେ ଏତଲା ଦେବେ ବିଜେପି କର୍ମୀ

Published By : Prameya-News7 Bureau | October 23, 2019 IST

ଯାଜପୁର ୨୩।୧୦: ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ରାଜନୀତି ଜୋର ଧରିଲାଣି । ପୋଲିସର ତଦନ୍ତ ଓ ଆଚରଣକୁ ନେଇ ସବୁ ସ୍ତରରେ ବିରୋଧ ବଢ଼ିବାରେ ଲାଗିଛି । ସିବିଆଇ ତଦନ୍ତ ଦାବିରେ ଆଜି ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଯାଜପୁର ଏସପି ଅଫିସ ଘେରାଓ କରାଯାଇଛି । ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ମହିଳା କଂଗ୍ରେସ, ପାଣିକୋଇଲିରେ ଏସପି ଅଫିସ ଘେରାଉ କରିଛି । ତାରିଣୀ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ଏସପି ଅଫିସ ପର୍ଯ୍ୟନ୍ତ ପହଞ୍ଚିଥିଲା । ଶୋଭାଯାତ୍ରାରେ କଂଗ୍ରେସର ବହୁ ନେତା ଓ କର୍ମୀ ସାମିଲ ହୋଇଛନ୍ତି ।

ସେପଟେ ଭୁବନେଶ୍ବରରେ ପ୍ରେସମିଟ୍ କରି ଘଟଣାକୁ ନିନ୍ଦା କରିଛି ରାଜ୍ୟ ବିଜେପି । ଆସନ୍ତା ୨୬ରେ ଯାଜପୁର ଜିଲ୍ଲାର ସବୁ ଥାନା ଓ ଫାଣ୍ଡିକୁ ଯାଇ ଏସପିଙ୍କ ନାଁରେ ଏତଲା ଦେବେ ବିଜେପି କର୍ମୀ । ମୃତ ସ୍ମିତାରାଣୀଙ୍କ ଚରିତ୍ରକୁ ଏସପି ଆକ୍ଷେପ କରିଥିବା ଅଭିଯୋଗରେ ଫୌଜଦାରୀ ମାମଲା ରୁଜୁ କରିବ ଦଳ । ତେବେ କାହିଁକି ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ପ୍ରଶ୍ନ କରିଛି ଦଳ । ଏଥିସହ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ପ୍ରଶାସନର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.