ତେଲେଙ୍ଗାନାରେ ପରାଜୟ ପରେ ନିର୍ବାଚନ ଆୟୋଗକୁ ଅଭିଯୋଗ କଲା କଂଗ୍ରେସ: ଇଭିଏମ ମେସିନ ଭୁଲ ଥିବା ଅଭିଯୋଗ
11/12/2018 at 3:17 PM

ଦିଲ୍ଲୀ ୧୧/୧୨ : ତେଲେଙ୍ଗାନାର ୧୧୯ ସିଟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଟିଆରଏସ ବିଜୟୀ ହୋଇଛି | ୧୧୯ ସିଟ ମଧ୍ୟରୁ ଟିଆରଏସ ୮୦ ଟି ସିଟ ହାସିଲ କରିଛି | ତେଲେଙ୍ଗାନାରେ ସରକାର ଗଢିବା ପାଇଁ ୬୦ ସିଟ ଦରକାର | ତେଲେଙ୍ଗାନାରେ କଂଗ୍ରେସ ୨୦ଟି ସିଟରେ ଆଗୁଆ ଅଛି | ବିଜେପି ମଧ୍ୟ ୨ଟି ସିଟ ହସିଲା କରିଛି |ଏଆଇଏମଆଇଏମ ୬ଟି ଏବଂ ଅନ୍ୟାନ୍ୟ ୨ଟି ସିଟରେ ଆଗୁଆ ଅଛି |

ଇତି ମଧ୍ୟରେ କଂଗ୍ରେସ ପ୍ରତିନିଧି ମଣ୍ଡଳ ତେଲେଙ୍ଗାନା ନିର୍ବାଚନ ଆୟୋଗରେ ଅଭିଯୋଗ କରିଛନ୍ତି | କଂଗ୍ରେସ ଅଭିଯୋଗ କରିଛି ଯେ, ନିର୍ବାଚନ ବେଳେ ଇଭିଏମ ମେସିନରେ କିଛି ଗଡବଡ ଥିଲା | ତେଲେଙ୍ଗାନାରେ ପ୍ରଥମ ସିଟ ଏଆଇଏମଆଇଏମକୁ ଯାଇଛି | ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବୋସିଙ୍କ ଭାଇ ଆକ୍ବରୁଦ୍ଦିନ ଓବୋସି ଚନ୍ଦ୍ରୟାନଗୁଟ୍ଟା ନିର୍ବାଚନରେ ବିଜୟୀ ହୋଇଛନ୍ତି | ଚାରମିନାର ସିଟରୁ ମଧ୍ୟ ଏଆଇଏମଆଇଏମ ପ୍ରାର୍ଥୀ ମୁମତାଜ ଏହମଦ ଖାନ ୩୩ ହଜାର ଭୋଟରେ ବିଜୟୀ ହୋଇଛନ୍ତି | ଅପରପକ୍ଷରେ ଟିଆରଏସ ପ୍ରାର୍ଥୀ ହରିଶ ରାଓ ରେକର୍ଡ ସଂଖ୍ୟକ ୧.୨ ଲକ୍ଷ ଭୋଟରେ ବିଜୟୀ ହୋଇଛନ୍ତି | ବରଘାନପଟ ସିଟରେ ଟିଆରଏସ ପ୍ରାର୍ଥୀ ଅରୁରୀ ରମେଶ ବିଜୟୀ ହୋଇଛନ୍ତି | ଟିଆରଏସ ସାଂସଦ କବିତା କହିଛନ୍ତି ଯେ, ତେଲେଙ୍ଗାନା ଜନତା ତାଙ୍କ ସପକ୍ଷରେ ଥିବା ସେ ଆଶା କରୁଛନ୍ତି | ସେ କହିଛନ୍ତି ଯେ, ୨୦୧୪ ମସିହାରେ ଜନତା ତାଙ୍କୁ ଯେଉଁ ସୁଯୋଗ ଦେଇଥିଲେ ସେ ତାହାର ସଦୁପଯୋଗ କରିଛନ୍ତି | ସେଥିପାଇଁ ଜନତା ତାଙ୍କୁ ପୁଣିଥରେ ଭୋଟ ଦେଇ ବିଜୟୀ କରେଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି |