ତୀବ୍ର ହେଉଛି ଚତିଶଗଡ଼ କଂଗ୍ରେସ କଳି, ସିଂଦେଓଙ୍କ ସମର୍ଥକଙ୍କୁ ମଞ୍ଚରୁ ଧକ୍କା ମାରି ତଡ଼ିଲେ ବଘେଲଙ୍କ ସପୋର୍ଟର

Published By : Prameya-News7 Bureau | October 24, 2021 IST

ରାୟପୁର ୨୪/୧୦: ଛତିଶଗଡ଼ରେ ରାଜନୈତିକ କଳି ଉଗ୍ରରୂପ ଧାରଣ କରିଛି। ରବିବାର  ଦଳୀୟ କାର୍ଯ୍ୟକ୍ରମରେ ଏହାର ଝଲ୍‌କ ଦେଖିବାକୁ ମିଳିଛି। ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ଇଚ୍ଛୁକ ଟିଏସ୍‌ ସିଂଦେଓଙ୍କ ସମର୍ଥକଙ୍କୁ ସିଏମ ଭୁପେଶ ବଘେଲଙ୍କ ସମର୍ଥକ ମଞ୍ଚ ଉପରେ ଧକ୍କା ମାରି ତଳେ ପକାଇଦେଇଛନ୍ତି। ଜଶପୁରରେ ହୋଇଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ୍‌ ହେଉଛି।

ଜଶପୁରରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କର ଏକ ସମ୍ମିଳନୀ ଚାଲିଥିଲା। ମଞ୍ଚ ଉପରେ ଜଶପୁରର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ପବନ ଅଗ୍ରଓ୍ବାଲ୍‌ ଭାଷଣ ଦେଉଥିଲେ। ସବୁ କିଛି ଠିକ୍‌ ଠାକ ଚାଲିଥିଲା । କିନ୍ତୁ ଯେମିତି ସେ ଟିଏସ ସିଂଦେଓଙ୍କ ସମର୍ଥନରେ କହିବା ଆରମ୍ଭ କଲେ ମାମଲା ପୂରା ବିଗିଡ଼ି ଗଲା । ବଘେଲଙ୍କ ସମର୍ଥକ ତାଙ୍କୁ ଭାଷଣ ଦେବାକୁ ଦେଲେ ନାହିଁ। ଏହା ସହ ତାଙ୍କୁ ଧକ୍କା ମାରି ବିଦା କରିଥିଲେ ।

wp:html /wp:html

ଏହା ପରେ ଅନେକ ସଂଖ୍ୟକ କାର୍ଯ୍ୟକର୍ତ୍ତା ମଞ୍ଚ ଉପରକୁ ଆସିଯିବାରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ପରେ ପବନ ଅଗ୍ରଓ୍ବାଲ ଏଏନଆଇକୁ ସାକ୍ଷାତକାର ଦେଇ ସିଂଦେଓଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଦାବି କରିଛନ୍ତି ।

ଟିଏସ ସିଂଦେଓଙ୍କ ଯୋଗୁଁ ଦଳ ସତ୍ତାରେ ରହିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ‘ଟିଏସ ସିଂଦେଓ ଅଢ଼େଇ ବର୍ଷ ଅପେକ୍ଷା କଲେ ଏବେ ଭୁପେଶ ବଘେଲଙ୍କୁ ସିଟ୍‌ ଖାଲି କରିବାକୁ ହେବ। ଏଠାରେ କଂଗ୍ରେସ ସରକାର ନଥିଲା ବେଳେ ଦୁହେଁ ମିଶି କାମ କରୁଥିଲେ। ଏନଇେ କହିବା ଆରମ୍ଭ କରିବା ପ​‌ରେ କୁଙ୍କୁରି ବିଧାୟକଙ୍କ ସମର୍ଥକ ମୋ ଉପରେ ଆକ୍ରମଣ କଲେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.