Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସ୍ଥିତି ଉପୁଜିଲେ ବିଜେଡି ସହ ଯିବୁ ବୋଲି କଂଗ୍ରେସ କହିବାପରେ ତେଜିବାରେ ଲାଗିଛି ରାଜନୈତିକ ଉଷ୍ମତା, ବିଜେପି କହିଲା ଏମିତି କଥା…

17/05/2019 at 1:54 PM

ଭୁବନେଶ୍ବର ୧୭|୫: ବିଜେଡି ସହ ବୁଝାମଣା କରିବାକୁ ଆଗକୁ ଆସିଲା କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  ‘ଯଦି ସେମିତି ସ୍ଥିତି ଉପୁଜେ, ତେବେ ବିଜେଡି ସହ ହେବ ବୁଝାମଣା’ ।’ଲୋକଙ୍କୁ ଆମେ ପ୍ରତିଶ୍ରୁତି ଦେଇଛୁ, ପ୍ରତିଶ୍ରୁତି ରକ୍ଷା କରିବାକୁ ଚେଷ୍ଟା କରିବୁ’ । ‘ଯାହା ନିଷ୍ପତ୍ତି ନେବେ ହାଇକମାଣ୍ଡ ତାକୁ ପାଳନ କରାଯିବ’ । ସୂଚନାଯୋଗ୍ୟ ଯେ, ଈସନ୍ତା ୨୩ ତାରିଖରେ କଂଗ୍ରେସ ନେତୃତ୍ବରେ ୟୁପିଏ ଏବଂ ଅଣ ଏନଡିଏ ଦଳର ବୈଠକ ସ୍ଥିର ହୋଇଛି । ଏହି ବୈଠକରେ ଯୋଗ ଦେବାପାଇଁ ନବୀନଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ବତନ୍ତ୍ରଭାବେ ନିମନ୍ତ୍ରଣ କରିଛନ୍ତି ।

ସେହିବଳି ନବୀନଙ୍କ ଡୁନ ସ୍କୁଲ ସାଂଗ ବରିଷ୍ଠ କଂଗ୍ରେସ ନେତା କମଲ ନାଥ ମଧ୍ୟ ନବୀନଙ୍କ ସହ କଥାବାର୍ତ୍ତା କରିଛନ୍ତି । କେନ୍ଦ୍ରରେ କୌଣସି ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରିବାପରେ ଉଭୟ କଂଗ୍ରେସ ଓ ବିଜେପି ବିଭିନ୍ନ ଆଞ୍ଚଳିକ ଦଳକୁ ନିଜ ସପକ୍ଷକୁ ନେବା ପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି ।

ରାଜ୍ୟରେ ନିର୍ବାଚନ ସରିବା ପରେ ପରେ ନବୀନଙ୍କୁ ତୀବ୍ର ସମାଲୋଚନା କରୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ ସମସ୍ତେ ନବୀନଙ୍କ ପ୍ରଶଂସାରେ ଶତ ମୁଖର ହୋଇ ଉଠିଛନ୍ତି ।   

ତେବେ ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଏଭଳି ଟିପ୍ପଣୀ ପରେ କଂଗ୍ରେସର ଏଭଳି ଆଭିମୁଖ୍ୟ ନେଇ ବିଜେପି ଚିହିଁକି ଉଠିଛି ।  କଂଗ୍ରେସ ବିଳିବିଳଉଛି ବୋଲି କହିଛି ବିଜେପି । କ୍ଷମତାକୁ ଆସିବା ପାଇଁ କଂଗ୍ରେସ ଏବେ ବିଳିବିଳଉଛି ।’ତାଙ୍କ ହାଇକମାଣ୍ଡ ଯାହା କହୁଛନ୍ତି, ନିରଞ୍ଜନ ସେୟା କହୁଛନ୍ତି’ ବୋଲି କହିଛନ୍ତି  ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଅପରପକ୍ଷରେ ବିଜେଡି ଏହାକୁ ନେଇ ନିରାପଦ ଦୂରତାରେ ରହିବାକୁ ପସନ୍ଦ କରିଛି । କାହା ସହ ବୁଝାମଣା ହେବନି ବୋଲି କହିଛି ବିଜେଡି । ବୁଝାମଣା ନେଇ କଂଗ୍ରେସ ଓ ବିଜେପିର ପ୍ରତିକ୍ରିୟା ଉପରେ ବିଜେଡି ଜବାବ ରଖିଛି ।’ଆମର କାହା ସହ ବୁଝାମଣା କରିବାର ନାହିଁ’, ‘ଆମେ ଏକାକୀ ସରକାର ଗଠନ କରିବୁ’ ବୋଲି କହିଛନ୍ତି  ବିଜେଡି ଉପସଭାପତି ସୂର୍ଯ୍ୟ ପାତ୍ର

ସୂଚନାଯୋଗ୍ୟ ଯେ, ବାଘର ଭୟ ବାଘକୁ ଫାଗର ଭୟ ଫାଗକୁ ନ୍ୟାୟରେ ବରାବର ସମଦୂରତା କଥା କହି ଆସୁଥିବା ନବୀନ ମଧ୍ୟ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି । ଯେଉଁ ଜାତୀୟ ଦଳ ବା ମେଣ୍ଟ ଓଡିଶାର ସ୍ବାର୍ଥକୁ ଗୁରୁତ୍ବ ଦେବ ବୋଲି ଏବେ ନବୀନ କହିବା ଆରମ୍ଭ କରିଛନ୍ତି । ନବୀନଙ୍କ ଏହି ପରିବର୍ତ୍ତିତ ଆଭିମୁଖ୍ୟ ହିଁ ଆଲେୋଚନା, ମତ ଓ ମନ୍ତବ୍ୟ ପାଇଁ ଖୋରାକ ଯୋଗାଇଛି ।

   Related Posts