ରାହୁଲ ଗାନ୍ଧୀଙ୍କ ଗୁଇନ୍ଦାଗିରି ଖବର ଶୁଣି କଂଗ୍ରେସ କ୍ଷୁବ୍ଧ, କହିଲା- ଶାହାଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଯାଉ

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ ୧୯।୦୭: ଇସ୍ରାଏଲର ପେଗାସସ ସଫ୍ଟଓୟାର ଜରିଆରେ ଫୋନ୍ ଟ୍ୟାପିଂର ରିପୋର୍ଟ ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଛି। ଏହି ମାମଲାକୁ ନେଇ ସୋମବାର କଂଗ୍ରେସ ମୋଦୀ ସରକାରଙ୍କ ଉପରେ ହମଲା କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ସରକାର ଗଣତନ୍ତ୍ର ସହିତ ଖେଳୁଥିବା ଅଭିଯୋଗ କରିଛନ୍ତି। ବିଜେପିକୁ ଏବେ ନିଜର ନାମ ବଦଳାଇ ଭାରତୀୟ ଜାସୁସି ପାର୍ଟି ରଖିବା ଉଚିତ୍।

କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କ ଗୁଇନ୍ଦାଗିରି କରିଥିବା ଅଭିଯୋଗ କରିଛି କଂଗ୍ରେସ। କେବଳ ରାହୁଲ ଗାନ୍ଧୀଙ୍କ ନୁହେଁ ବରଂ  ବିରୋଧୀ ଦଳର ଅନେକ ନେତାଙ୍କ ଗୁଇନ୍ଦାଗିରି କରାଯାଇଛି। ସୁରଜେଓ୍ଵାଲା କହିଛନ୍ତି, ରାହୁଲ ଗାନ୍ଧୀ, ତାଙ୍କ କର୍ମଚାରୀ, କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ସାମ୍ବାଦିକ ଓ କାର୍ଯ୍ୟକର୍ତ୍ତାଙ୍କ ଫୋନ ଟ୍ୟାପିଂ କରାଯାଇଛି। କଣ ଏହା ସରକାରଙ୍କ ଉଗ୍ରବାଦ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି ?

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ ଓ ଅଧୀର ରଞ୍ଜନ ଚୌଧୁରୀଙ୍କ ନାମ ଗୁଇନ୍ଦାଗିରିରେ ଆସିବା ପରେ କଂଗ୍ରେସ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି। ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ ବରଖାସ୍ତ କରି ଦେବା ଉଚିତ୍  ବୋଲି କଂଗ୍ରେସ କହିଛି।

କଣ ମୁଖ୍ୟ ନିର୍ବାଚନ ଆୟୋଗ, ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ନେତା, କ୍ୟାବିନେଟ୍ ମନ୍ତ୍ରୀ, ସାମ୍ବାଦିକ, କାର୍ଯ୍ୟକର୍ତ୍ତାଙ୍କ ଗୁଇନ୍ଦାଗିରି କରାଯିବା କଣ ଦେଶଦ୍ରୋହ ନୁହେଁ ? କଣ ଏହା ଜାତୀୟ ସୁରକ୍ଷା ସହିତ ଏହା ସାଲିସ୍ କରାଯାଉ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସ ଏହା ମଧ୍ୟ ପ୍ରଶ୍ନ କରିଛି ଯେ, କଣ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ଓ ଶାହା ଅନ୍ୟ ନେତାଙ୍କ ଗୁଇନ୍ଦାଗିରି କରୁଥିଲେ ? ଭାରତ ସରକାର ଇସ୍ରାଏଲଠୁ ସଫ୍ଟଓୟାର  କେବେ କିଣିଲା ? ଏହାର ଅନୁମତି କଣ ପିଏମ ମୋଦୀ କିମ୍ବା ଅମିତ୍ ଶାହା ଦେଇଛନ୍ତି କି ? ଏଥିପାଇଁ କେତେ ଖର୍ଚ୍ଚ ହେଲା ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.