ଶ୍ରୀକାନ୍ତଙ୍କୁ ନେଇ ଭାଗ ଭାଗ ହେଲାଣି କଂଗ୍ରେସ: ଦୁଇ ଗୋଷ୍ଠୀ ଏବେ ମୁହଁମୁହିଁ
10/12/2018 at 7:46 PM

ଭୁବନେଶ୍ବର୧୦|୧୨:ମହିଳାଙ୍କୁ ସଂରକ୍ଷଣ ଦେବାରେ କଂଗ୍ରେସ ସହମତ ହେଲା, ହେଲେ ଶ୍ରୀକାନ୍ତଙ୍କୁ ନେଇ କଣ କରାଯିବ ଏବେ କନଫ୍ୟୁଜନ। ଶ୍ରୀକାନ୍ତ ଜେନାଙ୍କୁ ନେଇ କଂଗ୍ରେସରଦୁଇ ଗୋଷ୍ଠୀ ମୁହଁମୁହିଁ । ଗୋଟିଏ ଗୋଷ୍ଠୀ ଶ୍ରୀକାନ୍ତଙ୍କୁ ବହିଷ୍କାର କରିବାକୁ ଦାବି କରୁଥିବାବେଳେଆଉ ଗୋଟିଏ ଗୋଷ୍ଠୀ ଶ୍ରୀକାନ୍ତଙ୍କୁ ସପକ୍ଷରେ ବାହାରିଛି। ଶ୍ରୀକାନ୍ତ ଜେନାଙ୍କୁ ତୁରନ୍ତ ବିଦାକରିବାକୁ ବୀରୋଧୀ ଦଳ ମୁଖ୍ୟସଚେତକ ତାରାପ୍ରସାଦବାହିନୀପତି ଦାବି କରିଥିବାବେଳେ କଂଗ୍ରେସର ପୂର୍ବତନ ଶଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟା ମହାପାତ୍ର ପୁରୁଣା କଥା ଉଖାରିଛନ୍ତି। ଯିଏ ଆଜି ବିଦା କରିବାକୁ ଦାବି କରୁଛନ୍ତି ସିଏ ନିଜେକୁ ଦେଖନ୍ତୁ ବୋଲିକହିଛନ୍ତି…
ଶ୍ରୀକାନ୍ତଙ୍କୁ ନେଇ ଭାଗଭାଗ ହେଲା କଂଗ୍ରେସ । ଗୋଟଏ ଗୋଷ୍ଠୀ ଶ୍ରୀକାନ୍ତଙ୍କୁ ଦଳରୁ ବହିଷ୍କାର ପାଇଁ ମତ ଦେଉଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଶ୍ରୀକାନ୍ତଙ୍କ ସପକ୍ଷରେ ବାହାରିଛନ୍ତି । ବିଶୃଙ୍ଖଳାକାରୀଙ୍କୁ ହଟାଅକଂଗେସ ବଞ୍ଚାଅ । ଶ୍ରୀକାନ୍ତଙ୍କୁ ତୁରନ୍ତ ବିଦା କର। ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଏଭଳିକହି ତାରା ପ୍ରସାଦ ବାହିନୀପତି ଆଜି ଶ୍ରୀକାନ୍ତ ଜେନାଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀକାନ୍ତ ବାରମ୍ବାରଦଳୀୟ ପ୍ରସଙ୍ଗକୁ ନେଇ ଗଣ ମାଧ୍ୟମରେ ବୟାନବାଜି କରିବା ଦୂର୍ଭାଗ୍ୟ ଜନକ। ଦଳର ନିୟମ ଯିଏ ମାନୁନାହାନ୍ତି ତାଙ୍କୁ ଦଳରୁ ବିଦା କରିବା ଦରକାର ବୋଲି ତାରା କହିଛନ୍ତି।
ଏପଟେ ଶ୍ରୀକାନ୍ତଙ୍କ ସପକ୍ଷରେ ବାହାରିଛନ୍ତି କିଛି କଂଗ୍ରେସ ନେତା। ଶ୍ରୀକାନ୍ତଙ୍କୁ କାହିଁକି ବହିଷ୍କାରକରାଯିବ ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀକାନ୍ତ ଯାହା କହିଛନ୍ତି ତାଙ୍କ ବ୍ୟକ୍ତିଗତ କଥା କହିଛନ୍ତି। ଯେଉଁମାନେ ଆଜି ଶ୍ରୀକାନ୍ତଙ୍କୁ ବିଶୃଙ୍ଖଳା ପାଇଁ ବହିଷ୍କାର କରିବାକୁ ଦାବି କରୁଛନ୍ତି ସେଇ ମାନେ ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଏବଂ ପ୍ରଭାରୀଙ୍କୁ ଗଣମାଧ୍ୟମରେ ଖୋଲାଖୋଲି ବିଷୋଦଗାର କରୁଥିଲେ । ଅନନ୍ତ ସେଠୀ, ତାରାପ୍ରସାଦ ବାହିନୀପତି, ଯୋଗେଶ ସିଂ ଏବଂ ପ୍ରଫୁଲ୍ଲ ମାଝୀଙ୍କ ବିରୋଧରେ ବିଶୃଙ୍ଖଳା ପାଇଁ କାର୍ଯ୍ୟନୁଷ୍ଠାନ ନେଇଥିଲେ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି କହିଛନ୍ତି ପୂର୍ବତନ କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସଂଧ୍ୟା ମାହାପାତ୍ର।
କଂଗ୍ରେସର ଗୋଷ୍ଠୀ କନ୍ଦଳ ପୁଣି ଉଗ୍ର ରୂପ ନେଲାଣି । ଯାହା ଅବସ୍ଥା ସୃଷ୍ଟି ହେଲାଣି ଖୁବଶୀଘ୍ର ଶ୍ରୀକାନ୍ତ ଜେନାଙ୍କୁ ବହିଷ୍କାର କରିପାରେ ଏଆଇସିସି। ନଚେତ ଶ୍ରୀକାନ୍ତ ଦଳରୁ ଇସ୍ତଫା ଦେଇପାରନ୍ତି ବୋଲି କଂଗ୍ରେସ ଭବନରେ ଚର୍ଚ୍ଚା ହେଉଛି।