Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ପଞ୍ଜାବ କଂଗ୍ରେସ କଳହର ହୋଇଗଲା କି ସମାଧାନ ? ହରିଶ ରାୱତ କହିଲେ ରାଜ୍ୟକୁ ମିଳିବ ନୂଆ ଅଧ୍ୟକ୍ଷ, କ୍ୟାପଟେନ୍ ରହିବେ ସିଏମ୍

13/07/2021 at 12:41 PM

ନୂଆଦିଲ୍ଲୀ ୧୩/୭ : ପଞ୍ଜାବ କଂଗ୍ରେସରେ ଦୀର୍ଘଦିନ ଚାଲିଥିବା ସମସ୍ୟାର ହୋଇଛି ସମାଧାନ । ଦୁଇ ହେଭିୱେଟଙ୍କ ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ କଳହର ସମାଧାନ ହୋଇଛି ବୋଲି ଚର୍ଚ୍ଚା ହେଉଛି । କଳହ ସମାଧାନ ପାଇଁ ଗଠିତ ପ୍ୟାନେଲର ସଦସ୍ୟ ହରିଶ ରାୱତ କହିଛନ୍ତି ଯେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ରହିବେ କିନ୍ତୁ ରାଜ୍ୟ ସଭାପତି ବଦଳିବେ ।

ଏହା ସହିତ କ୍ୟାବିନେଟରେ ମଧ୍ୟ ଏକ ଅଦଳବଦଳ କରାଯିବ । ତେବେ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ହରିଶ ରାୱତ କହିଛନ୍ତି ଯେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ପଞ୍ଜାବରେ ପରିବର୍ତ୍ତନ ଆସିବ । ସେ କହିଛନ୍ତି ଯେ ପଞ୍ଜାବରେ ଦଳ ଏକ ନୂତନ ରାଜ୍ୟ ସଭାପତି ପାଇବ ଏବଂ କ୍ୟାବିନେଟରେ ନୂତନ ଚେହେରାଙ୍କୁ ବି ସ୍ଥାନ ଦିଆଯିବ ।
ତେବେ ଏବେ ବଦଳିବେନି ମୁଖ୍ୟମନ୍ତ୍ରୀ । ଏହି ପଦବୀର ପରିବର୍ତ୍ତନ ନେଇ ବି କେହି ଦାବି କରିନାହାଁନ୍ତି ।

ଦଳୀୟ ନେତାଙ୍କ ମଧ୍ୟରେ କିଛି ସମସ୍ୟା ଥିଲା, ସେଗୁଡ଼ିକର ସମାଧାନ ହୋଇଛି । ଏହା ସହିତ ଦଳ ଅନେକ ପଏଣ୍ଟ ଉପରେ ବିଚାର କରିଛି । ଦଳକୁ ସଠିକ୍ ବ୍ୟକ୍ତିଙ୍କୁ ସଠିକ୍ ଦାୟିତ୍ୱ ଦିଆଯିବ ସମୟ ଆସିଲେ । ଆସନ୍ତା ବର୍ଷ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନିର୍ବାଚନରେ ଲଢିବାକୁ ପଡିବ । ଏହା ପୂର୍ବରୁ ଦଳର ଆଭ୍ୟନ୍ତରୀଣ ବିବାଦ ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତାଙ୍କୁ ଦୁଇଥର ଚଣ୍ଡିଗଡ଼ରୁ ଦିଲ୍ଲୀ ଯିବାକୁ ପଡିଥିଲା ।

ଅନ୍ୟପକ୍ଷରେ ନବଜୋତ ସିଂ ସିଦ୍ଧୁ ମଧ୍ୟ କ୍ୟାପଟେନଙ୍କ ବିରୋଧରେ ଶୀତଳ ଯୁଦ୍ଧ କରିଥିଲେ । ସିଦ୍ଧୁ କ୍ରମାଗତ ଭାବେ ଟୁଇଟ୍ କରୁଥିଲେ, ଯାହାର ଲକ୍ଷ୍ୟ ପରୋକ୍ଷରେ ରାଜ୍ୟ ମୁଖ୍ୟ, କ୍ୟାପଟେନ୍ ଅମରିନ୍ଦର ସିଂ। ହରିଶ ରାୱତଙ୍କ ବିବୃତ୍ତି ପରେ ସିଦ୍ଧୁ ପଞ୍ଜାବ କଂଗ୍ରେସ ରାଜ୍ୟ ସଭାପତି ହେବା ପାଇଁ ରାସ୍ତା ସଫା ହୋଇଛି ବୋଲି ଆଶା କରାଯାଉଛି।

   Related Posts